ଅନ୍ୟାନ୍ୟ

ସ୍ଥାୟୀ ନିଯୁକ୍ତି ଦାବିରେ ଆଉଟ୍ ଡୋର କ୍ୟାମ୍ପ ବନ୍ଦ ରଖିଛନ୍ତି ରକ୍ତ ଭଣ୍ଡାର କର୍ମଚାରୀ, ରୋଗୀ ହନ୍ତସନ୍ତ

By Angul TV Bureau

August 30, 2022

ଅନୁଗୁଳ: ସ୍ଥାନୀୟ ରକ୍ତ ଭଣ୍ଡାରର କର୍ମଚାରୀମାବେ ସ୍ଥାୟୀ ନିଯୁକ୍ତି ନେଇ ଦାବି କରିଛନ୍ତି। ଏଥିପାଇଁ ସେମାନେ ଗତ ୧୨ ତାରିଖରୁ କଳା ବ୍ୟାଚ ପିନ୍ଧି କାର୍ଯ୍ୟ କରୁଥିବା ବେଳେ ୨୬ରୁ ଆଉଟ ଡୋର କ୍ୟାମ୍ପକୁ ବନ୍ଦ କରିଛନ୍ତି। ତଥାପି ତାଙ୍କ କଥା କେହି ଶୁଣୁ ନଥିବାରୁ ସୋମବାର ବାଧ୍ୟ ହୋଇ ଗଣମାଧ୍ୟମକୁ ଏ ନେଇ ଜଣାଇଛନ୍ତି।

ରକ୍ତ ଭଣ୍ଡାର କର୍ମଚାରୀଙ୍କ ସୂଚନା ଅନୁଯାୟୀ, ୨୦୧୭ ମସିହାରୁ ରାଜ୍ୟ ସରକାର ରକ୍ତ ଭଣ୍ଡାରକୁ ହାତକୁ ନେଇଛନ୍ତି। କିନ୍ତୁ ଏ ଯାଏଁ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଇନାହିଁ। ଯେବେ ଯାଏଁ ସରକାର ତାଙ୍କ କଥା ନ ଶୁଣନ୍ତି ସେବେ ଯାଏଁ ସବୁ ସେବା ବନ୍ଦ ରହିବ ବୋଲି ଚେତାବନୀ ଦେଇଛନ୍ତି ରକ୍ତ ଭଣ୍ଡାର କର୍ମଚାରୀ।