ଅନ୍ୟାନ୍ୟ

ସ୍ବେଚ୍ଛାକୃତ ରକ୍ତଦାନ ଓ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର

By Angul TV Bureau

September 26, 2022

ଅନୁଗୁଳ: ସ୍ଥାନୀୟ ଅନୁଗୁଳ ମହିଳା ମହାବିଦ୍ୟାଳୟରେ ଓଡ଼ିଶା ମୋ ପରିବାର, ଜୀବନ ବିନ୍ଦୁ, ଅନୁଗୁଳ ନିର୍ବାଚନ ମଣ୍ଡଳୀ, ଏନଏସଏସ, ୱାଇଆରସି ଓ ମୋ କଲେଜ ଅଭିଯାନର ମିଳିତ ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହେଇଛି। ଶିବିରରେ ବିଧାନସଭା ଉପବାଚସ୍ପତି ରଜନୀକାନ୍ତ ସିଂହ ମୁଖ୍ୟ ଅତିଥିଭାବେ ଯୋଗଦେଇ ପୁରସ୍କାର ବିତରଣ ଓ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।

ଶିବିରରେ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ନିରଜା ସାହୁ, ଓଡ଼ିଶା ମୋ ପରିବାର ସହ ସଂଯୋଜକ ତଥା ଜିଲ୍ଲା ପରିଷଦ ସଦସ୍ୟ ପ୍ରିୟଦର୍ଶୀ ପଟ୍ଟନାୟକ, ନଗରପାଳ ଅକ୍ଷୟ କୁମାର ସାମନ୍ତ, ପୌରପାଳିକା ବିଜେଡି ସଭାପତି ବୃନ୍ଦାବନ ସ୍ୱାଇଁ, କାଉନସିଲର ସୂର୍ଯ୍ୟସ୍ନାତା ସାହୁ, ରାଜୀବ ଲୋଚନ ଦାସ, ସୁଜିତ ଦ୍ବିବେଦୀ, ବିଶ୍ୱରଂଜନ ସାହୁ, ସରୋଜ ନାଏକ, ଛାତ୍ର ଛାତ୍ରୀ ଓ ଅଧ୍ୟାପକ ବୃନ୍ଦ ପ୍ରମୁଖ ଯୋଗଦେଇଥିଲେ। ଶିବିରରେ ମୋଟ ୩୧ ମହିଳା ରକ୍ତଦାନ କରିଥିଲେ।

ଏଥିସହ ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମେଳନ ଓ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ମହିଳା ମହାବିଦ୍ୟାଳୟରେ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିରରେ ୨୩୦ଜଣ ଚକ୍ଷୁ ପରୀକ୍ଷା କରିଥିଲେ।