ଅନ୍ୟାନ୍ୟ

ପ୍ରବାଦ ପୁରୁଷଙ୍କ ୨୬ତମ ତିରୋଧାନ ଦିବସରେ ରକ୍ତଦାନ ଶିବିର, ୧୨୨ ୟୁନିଟ ରକ୍ତ ସଂଗୃହୀତ

By Angul TV Bureau

April 16, 2023

ଅନୁଗୁଳ: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୬ତମ ତିରୋଧାନ ଦିବସ ପାଳନ ଉପଲକ୍ଷେ ଅନୁଗୁଳ ନିର୍ବାଚନ ମଣ୍ଡଳୀ ତଳଗଡ଼ ଉଚ୍ଚ ବିଦ୍ୟାଳୟ ଠାରେ ବାବା ବାଲୁଙ୍କେଶ୍ୱର ଯୁବକ ସଂଘ ଓ ଓଡିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି।

ଅରୁଣାଭ ସିଂହ, ରଞ୍ଜନ ପ୍ରଧାନ, ପ୍ରଦ୍ୟୁମ୍ନ ସାହୁ ଓ ବାବା ବାଲୁଙ୍କେଶ୍ୱର ଯୁବକ ସଂଘର ତତ୍ତ୍ୱାବଧାନରେ ଆୟୋଜିତ ଶିବିରରେ ୧୨୨ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଜିଲ୍ଲା ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆ, ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ଜିଲ୍ଲା ସହ ସଂଯୋଜକ ତଥା ଜିଲ୍ଲା ପରିଷଦ ସଭ୍ୟ ପ୍ରିୟଦର୍ଶୀ ପଟ୍ଟନାୟକ, ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ସାହୁ, ଜିଲ୍ଲା ପରିଷଦ ସଭ୍ୟ ଧ୍ରୁବ ଦେହୁରୀ, ବ୍ଲକ ବିଜେଡି ସଭାପତି ସରୋଜ ସାହୁ, ସମବାୟ ନିର୍ଦ୍ଦେଶକ ସରୋଜ ନାଏକ, ଅଶୋକ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।