ମୁଖ୍ୟ ଖବର

ନାକଚିରେ ରକ୍ତଦାନ ଶିବିର: ୨୪୬ ୟୁନିଟ ରକ୍ତ ସଂଗୃହୀତ

By Angul TV Bureau

August 27, 2023

ଅନୁଗୁଳ: ଓଡ଼ିଶା ମୋ ପରିବାରର ସହ ଆବାହକ ତଥା ବରିଷ୍ଠ ବିଜେଡି ନେତା ଇଂ ନଳିନୀକାନ୍ତ ପ୍ରଧାନଙ୍କ ଆହ୍ବାନ କ୍ରମେ ଆଠମଲ୍ଲିକ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କିଶୋରନଗର ବ୍ଲକର ନାକଚିଠାରେ ବିଜୁ ଯୁବ ଜନତା ଦଳ ଓ ଓଡିଶା ମୋ ପରିବାର ଆନୁକୂଲ୍ୟରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ଶିବିରରେ ୨୪୬ ୟୁନିଟ ରକ୍ତ ସଂଗୃହୀତ ହୋଇଛି। ମୁଖ୍ୟ ଅତିଥି ଭାବେ ବିଜେଡି ନେତା ଇଂ ନଳିନୀକାନ୍ତ ପ୍ରଧାନ ସାମିଲ ହୋଇ ଶିବିରକୁ ଉଦଘାଟନ କରିବା ସହିତ ସମସ୍ତ ରକ୍ତଦାତା ଓ କର୍ମକର୍ତ୍ତାମାନଙ୍କୁ ଉତ୍ସାହିତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବିଜୁ ଜନତା ଦଳର ସହ ପର୍ଯ୍ୟବେକ୍ଷକ ତଥା ଯୁବ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ କୁନବିହାରୀ ଦାସ, ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ସଦାଶିବ ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ବସୁଧାର ଉପଦେଷ୍ଟା ତଥା ଜିଲ୍ଲା ଯୁବ ବିଜେଡି ସଭାପତି ଦିନେଶ ପ୍ରଧାନ, ବିଜୁ ମହିଳା ଦଳର ଜିଲ୍ଲା ସଭାନେତ୍ରୀ ବିଦ୍ୟୁତଲତା ପ୍ରଧାନ, ବ୍ଲକ ବିଜେଡି ସଭାପତି କୁମୁଦ ଚନ୍ଦ୍ର ପ୍ରଧାନ, କିଶୋରନଗର ବ୍ଲକ ଅଧ୍ୟକ୍ଷା ଶୈରେନ୍ଦ୍ରୀ ପଧାନ, ବିଜୁ ଯୁବ ଜନତା ଦଳର କିଶୋରନଗର ବ୍ଲକ ସଭାପତି ଅରୁଣ କୁମାର ସାହୁ, ଜିଲ୍ଲା ଉପସଭାପତି ଜିତେନ୍ଦ୍ର ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ଆରୁଣୀ ଆଚାର୍ଯ୍ୟ ତଥା ୧୨ ନଂ ଜିଲ୍ଲା ପରିଷଦ ଜୋନର ସମସ୍ତ ସରପଞ୍ଚ, ସମିତିସଭ୍ୟ, ଯୁବ, ଛାତ୍ର, ଓ ମହିଳା ଜନତା ଦଳର ସମସ୍ତ ନେତୃମଣ୍ଡଳୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।