ଅନ୍ୟାନ୍ୟ

ବାସନ୍ତୀ ଦୁର୍ଗା ପୂଜା ପଡିଆରେ ରକ୍ତଦାନ ଶିବିର

By Biswaranjan Pattnaik

October 01, 2023

ଅନୁଗୁଳ: ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଦିବସ ଅବସରରେ ସ୍ଥାନୀୟ ବାସନ୍ତୀ ଦୁର୍ଗାପୂଜା ପଡ଼ିଆରେ ଏକ ରକ୍ତ ଦାନ ଶିବିର ଆୟୋଜିତ ହୋଇଥିଲା।ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ,ସନ୍ଥ ନିରଙ୍କରି ମଣ୍ଡଳ,ଅନୁଗୁଳ ଶାଖା ଏବଂ ବାସନ୍ତୀ ଦୁର୍ଗାପୂଜା କମିଟି ପକ୍ଷରୁ ଆୟୋଜିତ ଏହି ଶିବିରକୁ ଉଦଘାଟନ କରିଥିଲେ ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର।ରକ୍ତଦାନ ଭଳି ଏକ ମହତ୍ କାର୍ଯ୍ୟ ପାଇଁ ସମସ୍ତ ନାଗରିକ ଆଗେଇ ଆସିବାକୁ ଶ୍ରୀ ମହାପାତ୍ର ଆହ୍ବାନ ଦେଇଥିଲେ।

ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜକ ଶକ୍ତି ପ୍ରସାଦ ପଟ୍ଟନାୟକ,ବରିଷ୍ଠ ଆଇନଜୀବି ପ୍ରଦୀପ ଦେବତା,ସ୍ବେଛାସେବୀ ଚିନ୍ମୟୀ ଦାସ, ଦୁଷ୍ୟନ୍ତ୍ କୁମାର ନାଥ ଓ ଅନ୍ୟ ବହୁ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ। ଏହି ଶିବିରରୁ ୫୧ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା।