ଅନ୍ୟାନ୍ୟ

ଅନୁଗୁଳ ପୌରପାଳିକା ପକ୍ଷରୁ ରକ୍ତଦାନ ଶିବିର

By Biswaranjan Pattnaik

August 30, 2022

ଅନୁଗୁଳ: ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ଅବ୍ୟବହିତ ପୂର୍ବରୁ ଅନୁଗୁଳ ପୌରପାଳିକା ପକ୍ଷରୁ ଆଜି ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି।ପୌରପାଳିକା ସଭାକକ୍ଷରେ ଆୟୋଜିତ ଏହି ଶିବିରକୁ ପୌରାଧକ୍ଷ ଅକ୍ଷୟ କୁମାର ସାମନ୍ତ ଉଦଘାଟନ କରିଥିଲେ।

ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବାରେ ନିଆରା ଆନନ୍ଦ ମିଳିଥାଏ ବୋଲି ମୁଖ୍ୟ ଅତିଥି ଶ୍ରୀ ସାମନ୍ତ ପ୍ରକାଶ କରିଥିଲେ। ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଉପନଗରପାଳ ଅନୁପମା ସାହୁ, ପୂର୍ବତନ ନଗରପାଳ ତଥା କାଉନସିଲର ସୁକାନ୍ତି ଦାସ, ପୂର୍ବତନ ନଗରପାଳ ପୂର୍ଣ୍ଣଚନ୍ଦ୍ର ରାଉତଙ୍କ ସମେତ ପୋୖର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ ଓ ବହୁ କାଉନସିଲର ଯୋଗ ଦେଇଥିଲେ। ଶିବିରରୁ ମୋଟ ୬୩ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ନଗରପାଳ ଶ୍ରୀ ସାମନ୍ତ ନିଜେ ରକ୍ତ ଦାନ କରିବା ସହ ତାଙ୍କ ପତ୍ନୀ ଓ ପୁତ୍ର କନ୍ୟା ମଧ୍ୟ ରକ୍ତ ଦେଇଥିଲେ। କାଉନସିଲର ନିରଞ୍ଜନ କର ମଧ୍ୟ ରକ୍ତଦାନ କରିଥିଲେ।