ଅନ୍ୟାନ୍ୟ

ଉତ୍କଳମଣି ଗୋପବନ୍ଧୁଙ୍କ ଜୟନ୍ତୀ ପାଇଁ ବିଜୁ ଯୁବ ଜନତା ଦଳର ରକ୍ତଦାନ ଶିବିର, ୪୩ ୟୁନିଟ ରକ୍ତ ସଂଗୃହୀତ

By Angul TV Bureau

October 09, 2023

ଅନୁଗୁଳ: ଆଜି ଅକ୍ଟୋବର ୯ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ। ଏ ଅବସରରେ ରବିବାର ଅନୁଗୁଳ ବ୍ଲକ ଅନ୍ତର୍ଗତ ବଡ଼କେରା ପଞ୍ଚାୟତରେ ବିଜୁ ଯୁବ ଜନତା ଦଳ ଓ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଶିବିରରେ ମୋଟ ୪୩ ୟୁନିଟ ରକ୍ତ ସଂଗୃହୀତ କରାଯାଇଥିଲା।

ଏହି ରକ୍ତଦାନ ଶିବିରକୁ ବସୁଧାର ଉପଦେଷ୍ଟା ତଥା ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦିନେଶ ପ୍ରଧାନ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ସାଂସଦଙ୍କ ପ୍ରତିନିଧି ଭକ୍ତି ପ୍ରସାଦ ଦାସ, ସମ୍ମାନିତ ଅତିଥିଭାବେ ବିଜୁ ଯୁବ ଜନତା ଦଳର ଜିଲ୍ଲା ଉପସଭାପତି କିଶୋର କୁମାର ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ସଞ୍ଜୀବ ସାହୁ, ବିଜେଡି ନେତା ସଞ୍ଜୟ ସାହୁ ଯୋଗ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବିଜୁ ଯୁବ ଜନତା ଦଳର ପଞ୍ଚାୟତର ଯୁବ ନେତା ବାପି ଜେନା, ସଞ୍ଜୟ ଜେନା, ସୁଜିତ ଦଳେଇ, ବିଶ୍ବମ୍ବର ଖୁଣ୍ଟିଆ, କାଳୁ ଜେନା, ନିରାକାର ସାହୁ ତଥା ବିଜୁ ଯୁବ ଜନତା ଦଳର କର୍ମକର୍ତ୍ତା ପରିଚାଳନା କରିଥିଲେ।