ଅନ୍ୟାନ୍ୟ

ବିଜୁ ଯୁବ ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର, ୭୦ ୟୁନିଟ ରକ୍ତ ସଂଗୃହୀତ

By Angul TV Bureau

November 27, 2022

ଅନୁଗୁଳ : ଆଜି ଅନୁଗୁଳ ନିର୍ବାଚନମଣ୍ଡଳୀ ଅନୁଗୁଳ ବ୍ଲକର ବେଡାଶାସନ ପଞ୍ଚାୟତରେ ବିଜୁ ଯୁବ ଜନତା ଦଳ ଓ ଓଡ଼ିଶା-ମୋ ପରିବାର ଆନୁକୂଲ୍ୟରେ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ଏହି ଶିବିରରେ ୭୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।

ଶିବିରରେ ମୁଖ୍ୟ ଅତିଥିଭାବେ ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦିନେଶ ପ୍ରଧାନ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥିଭାବେ ବେଡାଶାସନ ସରପଞ୍ଚ ନିରୁପମା ସାହୁ, ବିଜେଡି ପଞ୍ଚାୟତ ସଭାପତି କୃପାସିନ୍ଧୁ ସାହୁ, ନାଏବ ସରପଞ୍ଚ ସୁଭ୍ରାନ୍ତ ଦାସ, ସୁଶୀଳ ବିଶ୍ୱାଳ, କାହ୍ନୁ ରାଉତ ସାମିଲ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜୁ ଯୁବ ଜନତା ଦଳର ଗଣେଶ୍ବର ସାହୁ, ରମାକାନ୍ତ ସାହୁ, ସଂଜିତ ସାହୁ, ବିକାଶ ଦ୍ୱିବେଦୀ, ମୃତ୍ୟୁଞ୍ଜୟ ସାହୁ, ଆଶୁତୋଷ ଅମାନ୍ତ, ବିଶ୍ବଜିତ ବିଶ୍ୱାଳ, ବିସ୍ମୟ ବିଶ୍ୱାଳ ଓ ବିଜୁ ଯୁବ ଜନତା ଦଳର କର୍ମକର୍ତ୍ତା ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ।