ମୁଖ୍ୟ ଖବର

ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ପକ୍ଷରେ ‘ରକ୍ତଦାନ ଶିବିର’ ଆୟୋଜିତ, ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

By Sanjeeb Biswal

September 25, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ଅବସରରେ ଏକ ‘ରକ୍ତଦାନ ଶିବିର’ ଆୟୋଜିତ ହୋଇଛି। ଏ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ସ୍ଥାନୀୟ ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ପରଙ୍ଗ ପଞ୍ଚାୟତ କାର୍ଯ୍ୟାଳୟରେ ଏହି ଶିବିର ଆୟୋଜିତ ହୋଇଥିଲା। କେନ୍ଦ୍ର ମନ୍ତ୍ରୀ ପହଞ୍ଚିବା ପରେ ମା’ ମାହେଶ୍ୱରୀଙ୍କ ଦର୍ଶନ କରିଥିଲେ। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଗସ୍ତି ବେହେରାଙ୍କ ନେତୃତ୍ୱରେ ହୋଇଥିବା ଶୋଭାଯାତ୍ରାରେ ଶ୍ରୀ ପ୍ରଧାନ ଯାଇ ପରଙ୍ଗ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚିଥିଲେ l ଲ ପରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ଅବସରରେ ତାଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ, ଜିଲ୍ଲା ପ୍ରଭାରୀ ସୀମାଞ୍ଚଳ ଖଟେଇ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ବିଜୟ ମାଝୀ, ଜିଲ୍ଲା ଉପ ସଭାପତି ଚୌଧୁରୀ ପ୍ରଧାନ, ଅମିୟ ତ୍ରିପାଠୀ, ବିଧାନସଭା ସଂଯୋଜକ ଯଶୋବନ୍ତ ପ୍ରସାଦ ବେହେରା, ବିଧାନସଭା ପ୍ରଭାରୀ ଦିଲ୍ଲୀପ ପ୍ରଧାନ, ପରଙ୍ଗ ସରପଞ୍ଚ ଶବର ବେହେରା, ବିଧାନସଭା ଆଇଟି ସେଲ ସଂଯୋଜକ ଅକ୍ଷୟପାଦ ବେହେରା, ଜିଲ୍ଲା ଯୁବ ମୋର୍ଚ୍ଚା ସମ୍ପାଦକ ଜଗଦୀଶ ସାହୁ, ଜିଲ୍ଲା ମିଡ଼ିଆ ସେଲ ସଂଯୋଜକ ଯୁଗଳ କିଶୋର ଦେହୁରୀ, ସନ୍ତୋଷ ନାୟକ, କମଳ ଲୋଚନ ସାହୁ, କିଶୋର ଚନ୍ଦ୍ର ସାହୁ, ବାଳକୃଷ୍ଣ ସାହୁ, ବିଚିତ୍ର ବେହେରା, ଟିକନ ବେହେରା, ନରେନ୍ଦ୍ର ଭୋଇ, କେଶବ ଦଳବେହେରା, ସୁରଥ ଦଳବେହେରା, ବ୍ରହ୍ମାନନ୍ଦ ମହାଖୁଡ, କୁଞ୍ଜ ବିହାରୀ ନାଥ, ଦାମୋଦର ମହାଖୁଦ, ପ୍ରଶାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।