ଅନ୍ୟାନ୍ୟ

ବିଜେଡିର ୨୫ ବର୍ଷ ପୂର୍ତ୍ତି ଅବସରରେ ରକ୍ତଦାନ ଶିବିର, ୪୦ ୟୁନିଟ୍ ରକ୍ତ ସଂଗୃହୀତ

By Angul TV Bureau

December 23, 2022

ଅନୁଗୁଳ: ବିଜୁ ଜନତା ଦଳର ୨୫ ତମ ବର୍ଷ ପୂର୍ତ୍ତି ଅବସରରେ ଆଜି ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦିନେଶ ପ୍ରଧାନଙ୍କ ତତ୍ତ୍ବାବଧାନରେ ବଅଁରପାଳ ବ୍ଲକ କାଣ୍ଡସର ପଞ୍ଚାୟତର କନ୍ୟାବେଡା ଗାଁରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଛି।

ବିଜୁ ଯୁବ ଜନତା ଦଳ ଓ ମା ଗ୍ରାମେଶ୍ବରୀ ଯୁବକ ସଂଘ ଦ୍ବାରା ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରରେ ୪୦ ୟୁନିଟ ରକ୍ତ ସଂଗୃହୀତହୋଇଥିଲା। ମୁଖ୍ୟ ଅତିଥିଭାବେ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ଉପସ୍ଥିତ ରହି ସମସ୍ତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କାଣ୍ଡସର ସରପଞ୍ଚ ସବିତା ମହାଳିକ, ସମିତିସଭ୍ୟା ପମିତା ବେହେରା, ନାଏବ ସରପଞ୍ଚ ନଗେନ ପ୍ରଧାନ, ବିଜୁ ଯୁବ ଜନତା ଦଳ ନେତ୍ରୀ ବବିତା ନାଏକ, ପୂର୍ବତନ ସରପଞ୍ଚ ଦୁର୍ଯ୍ୟୋଧନ ମୁଦୁଲି, ଅବିନାଶ ସାହୁ, ରଞ୍ଜିତ ସାହୁ, କାହ୍ନୁ ନାଏକ, ଦୋଳଗୋବିନ୍ଦ ସାହୁ, ସୂର୍ଯ୍ୟନାରାୟଣ ମିଶ୍ର, ସରୋଜ କୁମାର ରାଉତ, ଯୁଗଳ କିଶୋର ମୁଦୁଲି ଓ ସିଦ୍ଧାର୍ଥ କୁମାର ସାମନ୍ତ ଉପସ୍ଥିତ ଥିଲେ।