ଅନ୍ୟାନ୍ୟ

ସାମ୍ବାଦିକ ରଘୁନାଥଙ୍କ ସ୍ମୃତିରେ ରକ୍ତଦାନ ଶିବିର

By Biswaranjan Pattnaik

May 29, 2024

ଅନୁଗୁଳ: ସାମ୍ବାଦିକ ସ୍ବର୍ଗତ ରଘୁନାଥ ସାହୁଙ୍କ ସ୍ମୃତିରେ ମଙ୍ଗଳବାର ରକ୍ତଦାନ ଭବନରେ ଏକ ଶିବିର ଅନୁଷ୍ଠିତ ହୋଇଥିଲା। ଅନୁଗୁଳ ସିଡିଏମଓ ଡ଼ା ଶିବାନନ୍ଦ ମହାନ୍ତି ଏହି ଶିବିରକୁ ଉଦଘାଟନ କରିବା ସହ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।

ଶିବିରରୁ ମୋଟ ୩୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ସ୍ବେଛାସେବୀ ପ୍ରତାପ ମହାପାତ୍ର,ମହେଶ ଭୋମରାଜ,ସମରେଶ ନାଥ ପ୍ରମୁଖ ଶିବିର ପରିଚାଳନା କରିଥିଲେ ।