ଅନୁଗୁଳ: ସ୍ବାଧୀନତା ସଂଗ୍ରାମୀ ବିପ୍ଲବୀଣି ମାଳତୀ ଦେବୀ ଚୌଧୁରୀଙ୍କର ୧୨୦ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ନବ-ମାଳତୀ ସ୍ମୃତୀ କମିଟି ଓ ଶ୍ୟାମ ଇନ୍ଦୁସ ପାୱାର ସଲ୍ୟୁସନର ମିଳିତ ଆନୁକୁଲ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାରରେ ଆୟୋଜିତ ହୋଇଯାଇଛି। ରକ୍ତ ଦାତା ମାନେ ରକ୍ତଦାନ ମାଳତୀ ଦେବୀଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ ସହିତ ସ୍ମୃତି ଚାରଣ କରିଥିଲେ।ଉକ୍ତ ଶିବିରରେ ୧୦ ଜଣ ସ୍ବେଚ୍ଛାକୃତ ଭାବେ ରକ୍ତ ଦାନ କରିଥିଲେ। ଉକ୍ତ ଶିବିରକୁ ବାଜି ରାଉତ ଛାତ୍ରାବାସର ସମ୍ପାଦକ ଇଂ ଧନେଶ୍ୱର ସାହୁ ଉଦଘାଟନ କରିଥିଲେ ଯେଉଁଥିରେ ସାମାଜିକ କର୍ମୀ ପର୍ଶୁରାମ ଦାଶ, ଜୁଲୁ କୁମାର ସାହୁ ଉପସ୍ଥିତ ଥିଲେ।
କିଶୋର ଶତପଥି, ସୌମ୍ୟଜିତ ଧଳ, ଆର୍ଯ୍ୟକୁମାର ପ୍ରିୟବ୍ରତ, ଦେବାଶିଷ ଦାଶ୍, ବିଭୁତି ପାତ୍ର , ପ୍ରକାଶ ଦାସ, ଶ୍ରବଣ ସାହ ଛୋଟରାୟ ମାଝି ମାମାଲି ଗଡ଼ନାୟକ ଓ ନବ-ମାଳତୀ ସ୍ମୃତୀ କମିଟି ର ଆବାହକ ଆଦ୍ୟଶ୍ଳୋକ ମିଶ୍ର ପରିଚାଳନା କରିଥିଲେ।