ଅନ୍ୟାନ୍ୟ

ସୌମ୍ୟରଞ୍ଜନଙ୍କ ସ୍ମୃତିରେ ରକ୍ତଦାନ ଶିବିର, ୫୧ ୟୁନିଟ ରକ୍ତ ସଂଗୃହୀତ

By Angul TV Bureau

September 28, 2023

ଅନୁଗୁଳ: ଅନୁଗୁଳ ବ୍ଲକ ଅଙ୍ଗାରବନ୍ଧ ଗ୍ରାମର ସ୍ବର୍ଗତ ସୌମ୍ୟରଞ୍ଜନ ବେହେରାଙ୍କ ସ୍ମୃତିରେ ଯୁବ ଗୋଷ୍ଠୀ, ଡ୍ରାଇଭର ସଂଘ ଓ ବିଜୁ ଯୁବ ଜନତା ଦଳର ମିଳିତ ସହଯୋଗରେ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ଶିବିରରେ ମୋଟ ୫୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।

ମୁଖ୍ୟ ଅତିଥି ଭାବେ ବସୁଧାର ଉପଦେଷ୍ଟା ତଥା ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦିନେଶ ପ୍ରଧାନ ଶିବିରକୁ ଉଦଘାଟନ କରିବା ସହିତ ସମସ୍ତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ସମସ୍ତେ ସ୍ବର୍ଗତ ସୌମ୍ୟରଞ୍ଜନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଶିବିରରେ ଅଙ୍ଗାରବନ୍ଧ ଗ୍ରାମର ଯୁବନେତା ସୁଶାନ୍ତ ବେହେରା, ଚଉବନ ସାହୁ, ବିଶେଶ୍ବର ନାୟକ, ସଞ୍ଜୟ କୁମାର ଦାସ, ସଞ୍ଜୟ ସାଗର ସାହୁ, ପ୍ରଦୀପ କୁମାର ପ୍ରଧାନ, ମିଲୁ ସାହୁ ପ୍ରମୁଖ ସହଯୋଗ କରିଥିଲେ।