ଅନ୍ୟାନ୍ୟ

ନାଲକୋରେ ରକ୍ତଦାନ ଶିବିର, ୧୧୮ ୟୁନିଟ ରକ୍ତ ସଂଗ୍ରହ

By Angul TV Bureau

November 07, 2021

ଅନୁଗୁଳ : ଅନୁଗୁଳ ଜିଲ୍ଲା ନାଲକୋ ତରଫରୁ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦିକା ଅମ୍ରିତ ମହୋତ୍ସବ ଅବସରରେ ଏକ ବୃହତ ରକ୍ତଦାନ ଶିବିର ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ନାଲକୋ ନିର୍ବାହୀ ନିର୍ଦ୍ଦେଶକ ଏପି ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମହାପ୍ରବନ୍ଧକ ଏସଏନ ସାହୁ, ସୁଧିର ପଟ୍ଟନାୟକଙ୍କ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ନାଲକୋ ଲୋକ ସମ୍ପର୍କ ଓ କର୍ପୋରେଟ କମୁନିକେସନ ବିଭାଗର ଡିଜିଏମ୍ ରାଜାରାମ ମିଶ୍ର, ଜିଏସ୍ ପଣ୍ଡା, ଲୋକସମ୍ପର୍କ ଅଧିକାରୀ ସମୀର ମାଝୀଙ୍କ ଦ୍ବାର ପରିଚାଳିତ ଏହି ଶିବିରରେ ନାଲକୋ କର୍ମଚାରୀ, ସିଆଇଏସ୍ଏଫ୍, ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ପାଶ୍ବବର୍ତ୍ତୀ ଅଞ୍ଚଳର ଜନସାଧାରଣ ରକ୍ତଦାନ କରିଥିଲେ। ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରକ୍ତଭଣ୍ଡାର ଅଧିକାରୀ ଡା ସତ୍ୟବ୍ରତ ପାଟଯୋଶୀଙ୍କ ସହ କର୍ମଚାରୀମାନେ ରକ୍ତ ସଂଗ୍ରରେ ସହାୟତା କରିଥିଲେ।