ଅନ୍ୟାନ୍ୟ

ପ୍ରବାଦ ପୁରୁଷଙ୍କ ଜୟନ୍ତୀରେ ବିଜୁ ଯୁବ ଜନତା ଦଳର ରକ୍ତଦାନ ଶିବିର, ୪୧ ୟୁନିଟ ରକ୍ତ ସଂଗୃହୀତ

By Angul TV Bureau

March 05, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲାର ପ୍ରତିଷ୍ଠାତା ତଥା ଓଡ଼ିଶାର ବରପୁତ୍ର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜୟନ୍ତୀ ଅବସରରେ ଆଜି ବସୁଧାର ଉପଦେଷ୍ଟା ଦିନେଶ ପ୍ରଧାନଙ୍କ ନେତୃତ୍ୱରେ ଅନୁଗୁଳ ବ୍ଲକ ସାରଙ୍ଗପୁରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ବିଜୁ ଯୁବ ଜନତା ଦଳ ଓ ଓଡ଼ିଶା:ମୋ ପରିବାର ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରରେ ୪୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ପରେ ବନ୍ତଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଥିଲା।

ଶିବିରକୁ ସାରଙ୍ଗପୁର ସଭାପତି ଦିଲେଶ୍ବର ସାହୁ ଓ ଇଙ୍କରବନ୍ଧ ସମିତିସଭ୍ୟ ସୂର୍ଯ୍ୟକାନ୍ତ ରାଉତ ଶୁଭାରମ୍ଭ କରିଥିଲେ। ଶିବିରକୁ ବିଜୁ ଯୁବ ଜନତା ଦଳର ଜିଲ୍ଲା ଉପସଭାପତି କିଶୋର କୁମାର ସାହୁ ଓ ସଞ୍ଜୀବ ସାହୁ , ଜିଲ୍ଲା ଡିଜିଟାଲ ସମ୍ପାଦକ ଚିନ୍ମୟ କୁମାର ସାହୁ, ଜିଲ୍ଲା ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ପ୍ରଧାନ, ଯୁବ ନେତା ଚଉବନ ସାହୁ, ଗଣେଶ୍ବର ସାହୁ ଓ ମୃତ୍ୟୁଞ୍ଜୟ ସାହୁ ପରିଚାଳନା କରିଥିଲେ।