ଅନ୍ୟାନ୍ୟ

ମେଗା କ୍ଳବ୍ ପକ୍ଷରୁ ରକ୍ତଦାନ ଶିବିର

By Biswaranjan Pattnaik

March 10, 2024

ଅନୁଗୁଳ: ମେଗା କ୍ଳବ୍ ସିମିଳିପଡ଼ା ଓ ମୋ ପରିବାର ଜୀବନବିନ୍ଦୁ ଆନୁକୁଲ୍ୟରେ କ୍ଳବ୍ ପରିସରରେ ଏକ ରକ୍ତ ଦାନ ଶିବିର ଆୟୋଜିତ ହୋଇଯାଇଛି। ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ଏହି ଶିବିରରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ରୂପେ ନଗରପାଳ ଅକ୍ଷୟ ସାମନ୍ତ,ବିଜେଡି ଯୁବ ନେତା ଅରୁନାଭ୍ ସିଂହ,ଆଇନଜୀବି ମହେନ୍ଦ୍ର ବସ୍ତିଆ,ଜୀବନବିନ୍ଦୁ ଜିଲ୍ଲା ସହ ସଂଯୋଜକ ପ୍ରିୟଦର୍ଶୀ ପଟ୍ଟନାୟକ, କାଉନସିଲର ସଦାନନ୍ଦ ପଣ୍ଡା ଆଦି ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।କ୍ଳବ୍ ସଭାପତି ରମେଶ କୁମାର୍ ସାମନ୍ତ,ସମ୍ପାଦକ ମଳୟ କୁମାର ଗଡ଼ନାୟକ ଓ ସାଥି ମାନେ ଶିବିର ପରିଚାଳନା କରିଥିଲେ।