ମୁଖ୍ୟ ଖବର

ଡାକ୍ତର ଦିବସରେ ରକ୍ତଦାନ ଶିବିର

By Biswaranjan Pattnaik

July 02, 2026

ଅନୁଗୋଳ: ଅନୁଗୋଳ ରକ୍ତଦାନ ଭବନରେ ଡାକ୍ତର ଦିବସ ଅବସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଭାରତୀୟ ଚିକିତ୍ସକ ସଂଘ , ମେଡିସିନ ରିପ୍ରେଜେଣ୍ଟଟେଟିଭ ସଙ୍ଘ ଏବଂ ଅନୁଗୋଳ ରୋଟାରୀ କ୍ଳବ୍ ରୟାଲ ପକ୍ଷରୁ ଆୟୋଜିତ ଏହି ଶିବିରକୁ  ସିଡିଏମ୍ଓ ଡ଼ା ମଦନ ମୋହନ ପ୍ରଧାନ ଉଦ୍ଘାଟନ କରିଥିଲେ। ରକ୍ତଦାନ ଭଳି ଏକ ମହତ୍ କାର୍ଯ୍ୟରେ ଡାକ୍ତରମାନଙ୍କ ଅଂଶଗ୍ରହଣ  ଉଲ୍ଲେଖନୀୟ ବୋଲି ଡ଼ା ପ୍ରଧାନ ପ୍ରକାଶ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ରୋଟାରୀ କ୍ଲବ୍ ରୟାଲ ସଭାପତି ବାଣୀ ଦେବ,ସମ୍ପାଦକ ଡ଼ା ବିଶ୍ୱଜିତ୍ ସାମଲଙ୍କ ସମେତ ଡ଼ା ମାଇକେଲ ଜନ,ଆଇଏମ୍ଏ ସଭାପତି ଡ଼ା ବିଛନ୍ଦ ଚରଣ ପ୍ରଧାନ,ଡ଼ା ଅଶୋକ କୁମାର ମାଣ୍ଡୋଠିଆ,ଅମ୍ବିକା ପ୍ରସାଦ ସାହୁ,ପିକେ ଧର,କୁମାର ସୌମ୍ୟକାନ୍ତ ବିଶୋଇ ପ୍ରମୁଖ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।