ଅନ୍ୟାନ୍ୟ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସକ ଦିବସ

By Biswaranjan Pattnaik

July 01, 2023

ଅନୁଗୁଳ: ଆଜି ପୂର୍ବାହ୍ନ ରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତଦାନ ଭବନରେ ଚିକିତ୍ସକ ଦିବସ ଅବସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା ତ୍ରିଲୋଚନ ପ୍ରଧାନ ଏହି ଶିବିରକୁ ଉଦଘାଟନ କରିଥିଲେ।ଓଡ଼ିଶା ସେଲସ୍ ପ୍ରତିନିଧି ସଙ୍ଘ ଅନୁଗୁଳ ଶାଖାର କାର୍ଯ୍ୟକର୍ତ୍ତା ଓ ସଦସ୍ୟମାନେ ମଧ୍ୟ ରକ୍ତଦାନ କରିଥିଲେ। ଭାରତ ଚିକିତ୍ସକ ସଂଘ ଅନୁଗୁଳ ଶାଖା ସଭାପତି ଡ଼ା ତରୁଣ କୁମାର ସାହୁ,ରାଜ୍ୟ ସଭାପତି ଡ଼ା ପ୍ରଭାତ କୁମାର ପଣ୍ଡା,ଅନୁଗୁଳ ଶାଖା ସମ୍ପାଦକ ଡ଼ା ବିଶ୍ୱଜିତ୍ ସାମଲ ପ୍ରମୁଖ ରକ୍ତଦାନ କରିବା ସହ ଶିବିର ପରିଚାଳନା କରିଥିଲେ।ଅନୁଗୁଳ ରୋଟାରୀ କ୍ଳବ୍ ରୟାଲ ର କର୍ମକର୍ତ୍ତା ଚିକିତ୍ସକ ଦିବସ ଅବସରରେ ଶିବିରରେ ପହଞ୍ଚି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।