ଅନ୍ୟାନ୍ୟ

ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ ଓ ପଣ୍ଡିତ ଦିନଦୟାଲଙ୍କ ଜନ୍ମ ଜୟନ୍ତୀ ଅବସରରେ ରକ୍ତ ଦାନ ଶିବିର

By Angul TV Bureau

September 25, 2021

ଅନୁଗୁଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ ଓ ପଣ୍ଡିତ ଦୀନଦୟାଲ ଉପଧ୍ୟାୟଙ୍କ ଜନ୍ମ ଜୟନ୍ତୀ ପାଳନ ଅବସରରେ ବିଜେପି ଅନୁଗୁଳ ଶାଖା ତରଫରୁ ଶନିବାର ଏକ ରକ୍ତଦାନ ଶିବିର ଅୟୋଜିତ ହୋଇଯାଇଛି। ଜିଲ୍ଲା କଳାକେନ୍ଦ୍ରଠାରେ ଆୟୋଜିତ ଏହି ଶିବିର ସକାଳ ୯ଟାରୁ ଆରମ୍ଭ ହୋଇ ଅପରାହ୍ନ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ୫୨୮ ୟୁନିଟ ରକ୍ତ ସଂଗ୍ୟହିତ ହୋଇଥିଲା। ସକାଳେ ବିଜେପି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ଆୟୋଜିତ ଏହି ଶିବିରରେ ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ର ନାରାୟଣ ପାଣି ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ଵର୍ଗତ ପଣ୍ଡିତ ଦୀନଦୟାଲ ଉପଧ୍ୟାୟଙ୍କ ଫୋଟରେ ଶ୍ରଦ୍ଧାଞ୍ଜଳି ଦେଇ ଏହି ଶିବିରକୁ ଉଦଘାଟନ କରିଥିଲେ। ବିଜେପି ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନଙ୍କ ସହିତ ବିଜେପିର ପ୍ରତିମା ମିଶ୍ର, ନମିତା ଦଳବେହେରା, ସୁଜାତା ଦାସ, ସଙ୍ଘମିତ୍ରା ପ୍ରଧାନ, ଅମିୟ ତ୍ରିପାଠୀ, ପ୍ରଭାତ ପ୍ରଧାନ, ସରିତା ମିଶ୍ର, ସୁଚିସ୍ମିତା ତ୍ରିପାଠୀ, ଏସକେ ମିନାହଜଉଦ୍ଦିନ, ମମତା ମହାପାତ୍ର, ଏମଡି ସବିର ପ୍ରମୁଖ ଶିବିରରେ ଉପସ୍ଥିତ ଥିଲେ। ଜିଲ୍ଲା ବ୍ଲଡ ବ୍ୟାଙ୍କର ଡାକ୍ତର, ସେବିକା ଓ ଅନ୍ୟ ସମସ୍ତ କର୍ମଚାରୀମାନେ ଏହି ଶିବିରରେ ସହଯୋଗ କରିଥିଲେ। ସମାଜସେବୀ ସୁବୋଧ ମିଶ୍ର, ବାବୁଲି ଦାସ ଓ ଅଭୟ ରାୟ ଶିବିର ପରିଚାଳନାରେ ସହଯୋଗ କରିଥିଲେ।