ଅନ୍ୟାନ୍ୟ

ଖ୍ରୀଷ୍ଟୀୟ ଉଦ୍‌ଯୋଗ ସମିତି ପକ୍ଷରୁ ରକ୍ତଦାନ ଶିବିର

By Biswaranjan Pattnaik

February 15, 2022

ଅନୁଗୁଳ: ଅନୁଗୁଳ ରକ୍ତ ଭଣ୍ଡାର ପରିସରରେ ଅନୁଗୁଳ ଖ୍ରୀଷ୍ଟୀୟ ଉଦ୍‌ଯୋଗ ସମିତି ପକ୍ଷରୁ ସୋମବାର ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ବାପ୍ଟିଷ୍ଟ ଚର୍ଚ୍ଚର ଫାଦର୍ ରେଭରେଣ୍ଡ ଯୋଶିଆ କାଉଁରୀ ମୁଖ୍ୟ ଅତିଥି ରୂପେ ରକ୍ତଦାନ ଶିବିରକୁ ଉଦ୍‌ଘାଟନ କରିଥିଲେ। ଶିବିରରୁ ମୋଟ କୋଡ଼ିଏ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ସମିତିର ସମ୍ପାଦକ ସନ୍ଦୀପ ଚୌଧୁରୀ,ଆଗ୍ନେୟ ବେହେରା, ଶୁଭ୍ରଜିତ ସାମନ୍ତ ରାୟ ଏବଂ ସୁମନ ଚୌଧୁରୀ ପ୍ରମୁଖ ଶିବିର ପରିଚାଳନା କରିଥିଲେ।