ଅନ୍ୟାନ୍ୟ

ବିଏମଏସ୍ କାର୍ଯ୍ୟାଳୟ ଉଦ୍‌ଘାଟିତ

By Angul TV Bureau

September 04, 2021

ଅନୁଗୁଳ(Jugal Kishore Sahoo): ଅନୁଗୁଳ ଜିଲ୍ଲା କଣିହାଁ ଖୋଲାମୁହଁ କୋଇଲାଖଣି କଣିହାଁ ଶାଖା ବିଏମଏସର ନୂତନ କାର୍ଯ୍ୟାଳୟ ଶୁକ୍ରବାର ପୂର୍ବାହ୍ନରେ ଉଦ୍‌ଘାଟିତ ହୋଇଯାଇଛି । ତାଳଚେର କୋଇଲା ଖଣି ମଜଦୂର ସଂଘ ସଭାପତି ଅରୁଣ କୁମାର ପ୍ରଧାନ ମୁଖ୍ୟଅତିଥ୍, ସମ୍ମାନିତ ଅତିଥି ଭାବେ ତାଳଚେର କୋଲଫିଲ୍ଦ ସମ୍ପାଦକ ସଞ୍ଜୟ କୁମାର ମାଝୀ, ଅଲଇଣ୍ଡିଆ ବିଏମସ୍ ୱେଲଫେୟାର ବୋର୍ଡ଼ ସଦସ୍ୟ ରଞ୍ଜନ କୁମାର ବେହେରା ପ୍ରମୁଖ ଯୋଗଦେଇଥିଲେ । ଦୀପଶିଖା ଟିଟିପିଏସ୍ ଟାଇପ ୩/୧୪ କୁ ଶୁକ୍ରବାର ଠାରୁ ବିଏମଏସ୍ କାର୍ଯ୍ୟାଳୟ ଭାବେ ବ୍ୟବହାର କରାଗଲା । ଅନ୍ୟମାନଙ୍କ ମଧ୍ୟରେ କଣିହାଁ ଏରିଆ ବିଏମଏସ ସଭାପତି ଯୁଗଳ କିଶୋର ପ୍ରଧାନ, ସମ୍ପାଦକ ସରସକାନ୍ତ ଷଡ଼ଙ୍ଗୀ, ପ୍ରଭାରୀ ସୁଦର୍ଶନ ମହାନ୍ତି, କେନ୍ଦ୍ରୀୟ ବିଏମଏସ୍ ଡେପୁଟି ସାଧାରଣ ସମ୍ପାଦକ କିଶୋର ଚନ୍ଦ୍ର ପ୍ରଧାନ, କୋଷାଧ୍ୟକ୍ଷ ବିଶ୍ବନାଥ ବେହେରା, କଣିହାଁ ପ୍ରକଳ୍ପ ସଭାପତି ନିର୍ଦ୍ଦେଶ କୁମାର ଧରି, ସମ୍ପାଦକ ଅଭୟ କୁମାର ସାହୁ, ସଦସ୍ୟ ସନ୍ତୋଷ ପରିଡ଼ା, ବିକାଶ ବେହେରା, ସଂଘମିତ୍ରା ପ୍ରଧାନ, ଲକ୍ଷ୍ମୀପ୍ରିୟା ସାହୁ, ଗୌତମ ବେହେରା, ଚିନ୍ମୟ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ ।