ମୁଖ୍ୟ ଖବର

ବିଜେଡିର ବିକ୍ଷୋଭ ବେଳେ ଆହତ ହେଲେ ବବି ଦାସ,ପ୍ରୀତିରଞ୍ଜନ ଘଡେଇ ଓ ସୁଲତା ଦେଓ

By Angul TV Bureau

July 16, 2025

ଭୁବନେଶ୍ବର: ବାଲେଶ୍ବର ଏଫ୍‌ଏମ୍ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ମାମଲାରେ ବିରୋଧୀ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଘେରିବାରେ ଲାଗିଛନ୍ତି।

ଏହି ଘଟଣାକୁ କେନ୍ଦ୍ରକରି ଆଜି ଲୋୟର ପିଏମଜିରେ ବିଜେଡିର ବିକ୍ଷୋଭ ବେଳେ ପୋଲିସ-ବିଜେଡି କର୍ମୀ ମୁହାଁମୁହିଁ ହୋଇଛନ୍ତି। ବିଜେଡି କର୍ମୀଙ୍କ ଉପରୁକୁ ପୋଲିସ ପାଣି ମାଡ ସହ ଲୁହାବହା ଗ୍ୟାସ ପ୍ରୟୋଗ କରିଛି। ଏହି ଲୁହାବୁହା ଗ୍ୟାସ ମାଡରେ ବିଜେଡି ନେତା ବବି ଦାସ, ପ୍ରୀତିରଞ୍ଜନ ଘଡେଇ ଓ ସୁଲତା ଦେଓ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବବିଙ୍କ ଗୋଡରେ ଆଘାତ ଲାଗିଥିବା ବେଳେ ଆପୋଲୋ ହସ୍ପିଟାଲ ଆଇସିୟୁରେ ତାଙ୍କ ଚିକିତ୍ସା ଚାଲିଛି ।