ମୁଖ୍ୟ ଖବର

ସରକାରୀ ବାସଭବନ ଭଙ୍ଗା ନେଇ ଉତ୍ତର ରଖିଲେ ବବି, କହିଲେ- ଯେମିତି ନେଇଥିଲି, ସେମିତି ଫେରାଇବି

By Angul TV Bureau

June 25, 2024

ଭୁବନେଶ୍ବର: ନିର୍ବାଚନ ହାରିବା ପରେ ବିଜେଡି ନେତା ପ୍ରଣବ ପ୍ରକାଶ ଦାଶଙ୍କୁ ସରକାରୀ କ୍ୱାର୍ଟର ଛାଡିବାକୁ ନୋଟିସ ହୋଇଛି। ଆଉ ଏବେ ତାଙ୍କ କ୍ୱାର୍ଟର୍ ଭଙ୍ଗାଯାଉଥିବା ନେଇ ଖବର ସାମ୍ନାକୁ ଆସିଛି। କ୍ୱାର୍ଟର ପରିସରରେ ହୋଇଥିବା ଅଣ୍ଡର ଗ୍ରାଉଣ୍ଡ ନିର୍ମାଣକୁ ଭଙ୍ଗାଯାଉଛି। ତେବେ କେଉଁ ଉଦ୍ଦେଶ୍ୟରେ ପ୍ରଣବ ସରକାରୀ ଘରେ ଏତେ ବଡ କୋଠା ନିର୍ମାଣ କରିଥିଲେ, ଆଉ କାହା ଅନୁମତିରେ କରିଥିଲେ ସେ ନେଇ ପ୍ରଶ୍ନ ଉଠିଛି। ଇତି ମଧ୍ୟରେ ଏହି ମାମଲାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ନିଜେ ପ୍ରଣବ ପ୍ରକାଶ ଦାସ।

ଏକ ଭିଡିଓ ଜାରି କରି ସେ କହିଛନ୍ତି, ସରକାରୀ ଘର ଯେମିତି ନିଆଯାଏ ସେମିତି ଫେରାଯାଏ। ତେଣୁ ମୁଁ ଅସ୍ଥାୟୀ ଭାବେ ଯାହା ନିର୍ମାଣ କରିଥିଲି ତାହା ଭାଙ୍ଗିଦେଉଛି। ଏହା ସହିତ ଏହି ଘରେ ଜନସାଧାରଣଙ୍କ ଅଭିଯୋଗ ଶୁଣାଯାଉଥିଲା ଓ ଯେହେତୁ ସିଏ ଦଳର ସାଙ୍ଗଠନିକ ସମ୍ପାଦକ ଥିଲେ ତେଣୁ ବିଭିନ୍ନ ନେତା ମନ୍ତ୍ରୀମାନଙ୍କ ସହ ଉକ୍ତ ଘରେ ଆଲୋଚନା ମଧ୍ୟ ହେଉଥିଲା ବୋଲି ବବି କହିଛନ୍ତି। ଯେଉଁ କାରଣରୁ ଏହି ଘରର ଏକ୍ସଟେନସନ କରାଯାଇଥିଲା। ଏବେ ଜିଏ ବିଭାଗ ଘର ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ନିୟମ ଅନୁଯାୟୀ ନିର୍ମାଣ କୋଠାଟିକୁ ଭଙ୍ଗାଯାଉଥିବା ପ୍ରଣବ କହିଛନ୍ତି।

ସୂଚନା ଯୋଗ୍ୟ ଯେ, ଭୁବନେଶ୍ବର ସ୍ଥିତ ବବିଙ୍କର ଏହି ସରକାରୀ ବାସଭବନକୁ ରାଜମହଲ ଭଳି ସଜା ଯାଇଥିଲା। ତିନି ମହଲା କୋଠା, ଅଣ୍ଡର ଗ୍ରାଉଣ୍ଡ୍ ଘର, ସୁଇମିଂ ପୁଲ୍, ରୁଫ୍ ଟପ୍ କଟେଜ୍ ସବୁ କିଛି ଥିଲା ଏଠାରେ। ଏବେ ସବୁକୁ ଭାଙ୍ଗି ଦିଆଯାଉଛି ।