ମୁଖ୍ୟ ଖବର

ପୋଖରୀରୁ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

By Angul TV Bureau

September 21, 2025

କିଶୋରନଗର: ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଅନ୍ତର୍ଗତ ଜଏରାଟ ଗ୍ରାମରେ ଆଜି ଗାଁ ପୋଖରୀରୁ ଦଶମ ଶ୍ରେଣୀ ଛାତ୍ରୀ ସାଗରୀକା ସେଠୀଙ୍କ (୧୫) ମୃତଦେହ ବାମୁର ଦମକଳ ବାହିନୀ ପୋଲିସ ଉପସ୍ଥିତିରେ ଉଦ୍ଧାର କରିଛି। ସାଗରୀକା, ଜଏରାଟ ହାଇସ୍କୁଲରେ ଦଶମ ଶ୍ରେଣୀରେ ପଢୁଥିବା ସଞ୍ଜୟ ସେଠୀଙ୍କ ଝିଅ।ଗତକାଲି ସେ ପରୀକ୍ଷା ପାଇଁ ସ୍କୁଲକୁ ଯାଇଥିଲେ। କିନ୍ତୁ ପରୀକ୍ଷା ସମୟ ପଳାଇ ଯିବାରୁ ସେ ପରୀକ୍ଷାରୁ ବଞ୍ଚିତ ହୋଇ ମନଦୁଃଖରେ ଘରକୁ ଫେରିଥିଲେ।

ରାତିରେ ସେ ଘରୁ କେଉଁଆଡେ ପଳାଇଥିବାରୁ ପରିବାର ଲୋକେ କିଶୋରନଗର ଥାନାରେ ନିଖୋଜ ଅଭିଯୋଗ କରିଥିଲେ। ପୋଲିସ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଜାଖୋଜି କରି ନିରାଶ ହୋଇଥିଲା। ରବିବାର ଗ୍ରାମବାସୀମାନେ ପୋଖରୀରେ ତାଙ୍କ ମୃତଦେହ ଭାସୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ଏସପି ରାହୁଲ ଜୈନ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ସାଇଣ୍ଟିଫିକ ଟିମ ଡାକି ଛାନଭିନ କରିଛନ୍ତି। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଏହି ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।