ଘଟଣା ଓ ଦୁର୍ଘଟଣା

କାର ଭିତରୁ ସିଆଇଏସ୍ଏଫ ଜବାନଙ୍କ ମୃତଦେହ ଉଦ୍ଧାର

By Swagatika Samantray

September 08, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କାଣ୍ଡସରଠାରେ ଏକ କାର ଭିତରୁ ପୋଲିସ ନାଲକୋର ଜଣେ ସିଆଇଏସ୍ଏଫ୍ ଜବାନଙ୍କ ମୃତଦେହ ଉଦ୍ଧାର କରିଛି। ସୂଚନା ଯେ, କାରଟି କାଣ୍ଡର ଗାଁର ୫୫ ନଂ ଜାତୀୟ ରାଜପଥ କଡ଼ଷର ଥିବା ଏକ ଜଳଖିଆ ଦୋକାନ ପାଖରେ ଠିଆ ହୋଇଥିଲା। କାରଟି ସେଠାରେ ପ୍ରାୟ ୬/୭ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଠିଆ ହୋଇଥିବା ଓ କାର ଭିତରେ ଜଣେ ବ୍ୟକ୍ତି ଶୋଇଥିବା ଦେଖି ଲୋକଙ୍କ ମନରେ ସନ୍ଦେହ ହୋଇଥିଲା।

ଏ ନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି କାର ଭିତର ପାଖରୁ ବନ୍ଦ ଥିବାରୁ କାଚ ଭାଙ୍ଗି ଶବକୁ ଉଦ୍ଧାର କରିଥିଲା। ମୃତ ଜବାନଙ୍କ ନାମ ପିତାମ୍ବର ବେହେରା(୪୫), ସେ ନାଲକୋ ସିଆଇଏସ୍ଏଫ ଜବାନ ଭାବେ କାମକରନ୍ତି ବୋଲି ଜଣାପଡ଼ିଛି। ପୋଲିସ ଏ ନେଇ ଏକ ମାମଲା ରୁଜୁକରି ଶବକୁ ଜବତ କରିଛି। ବ୍ୟବଛେଦ ରିପେର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୋଲିସ ପ୍ରକାଶ କରିଛି।