ଘଟଣା ଓ ଦୁର୍ଘଟଣା

କେନାଲରୁ ନାବାଳକର ମୃତଦେହ ଉଦ୍ଧାର

By Biswaranjan Pattnaik

November 03, 2022

ଅନୁଗୁଳ: ଅନୁଗୁଳ ସହର ଦେଇ ଯାଇଥିବା ଡ଼େରଜାଙ୍ଗ କେନାଲର ଅମଲାପଡାଠାରୁ ଗୁରୁବାର ଜଣେ ୫ ବର୍ଷ ନାବାଳକଙ୍କ ମୃତଦେହ ଉଦ୍ଧାର କରା ଯାଇଛି। ସୂଚନା ଯେ, ମୃତ ନାବାଳକ ଜଣଙ୍କ ପଶ୍ଚିମବଙ୍ଗ ମେଦିନିପୁର ଅଞ୍ଚଳର ଶଙ୍କର ଶେଖରଙ୍କ ପୁଅ ଚିକୁ ଶେଖର। ଶଙ୍କର ଯାଯାବର ସମ୍ପ୍ରଦାୟର। ସେମାନେ ଅନୁଗୁଳ ଟାଉନ ହାଇସ୍କୁଲ ପାଖରେ ତମ୍ବୁ ଟାଣି ରହୁଛନ୍ତି। ତେବେ ବୁଧବାରଅପରାହ୍ନରୁ ଚିକୁ ଘରକୁ ଫେରିନଥିଲା। ପରିବାର ଲୋକ ଖୋଜାଖୋଜି କରିଥିଲେ ହେଁ କୌଣସି ସନ୍ଧାନ ମିଳି ନଥିଲା। ଗୁରୁବାର ସକାଳେ ଚିକୁଙ୍କ ମୃତଦେହ କେନାଲରେ ଭାସୁଥିବା ଦେଖି ଲୋକ ପୋଲିସକୁ ସୂଚନା ଦେଇଥିଲେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଦମକଳ ବାହିନୀ ସହାୟତାରେ ମୃତଦେହ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ କରୁଛି।