ଘଟଣା ଓ ଦୁର୍ଘଟଣା

ଯୁବକଙ୍କ ଗଳିତ ଶବ ଉଦ୍ଧାର, ପରିଚୟ ଅସ୍ପଷ୍ଟ

By Angul TV Bureau

June 24, 2024

 

ଅନୁଗୁଳ: ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ସରଧାପୁର ପଞ୍ଚାୟତ ପୁଇପାଣି ନିକଟରୁ ଯୁବକଙ୍କ ଗଳିତ ଶବ ଉଦ୍ଧାର ହୋଇଛି।

ସୂଚନା ମୁତାବକ, ପୁଇପାଣି ନିକଟକୁ କିଛି ଯୁବକ ସୋମବାର ସକାଳେ ଶୌଚ ହେବାକୁ ଯାଉଥିବା ବେଳେ ଦୁର୍ଗନ୍ଧ ହୋଇଥିଲା। କଣ ଦୁର୍ଗନ୍ଧ ହେଉଛି ଦେଖିବା ବେଳକୁ ଜଣେ ଯୁବକଙ୍କ ଗଳିତ ଶବ ପଡ଼ିଛି। ଏହା ଦେଖି ଯୁବକମାନେ ଗ୍ରାମକୁ ଖବର ଦେବା ସହ ପୁରୁଣାକୋଟ ଥାନାକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ ଚଳାଇଛି। ଯୁବକଙ୍କ ପରିଚୟ ମିଳି ପାରି ନଥିବା ବେଳେ ମୃତ ଶରୀର ଏଠାକୁ କେମିତି ଆସିଲା ସେ ନେଇ ପୋଲିସ ପକ୍ଷରୁ ତନାଘନା ଜାରି ରହିଛି।