ଘଟଣା ଓ ଦୁର୍ଘଟଣା

ଅଚିହ୍ନା ଯୁବକଙ୍କ ଶବ ଉଦ୍ଧାର: ଗିରିଧି ବାସିଆ ଜଙ୍ଗଲରେ ଝୁଲନ୍ତା ଅବସ୍ଥାରେ ମୃତ୍ୟୁ

By Angul TV Bureau

January 05, 2026

ବଅଁରପାଳ: ଅନୁଗୁଳ ଜିଲ୍ଲା ଫୁଲପଡା ପଞ୍ଚାୟତ ଗିରିଧି ବାସିଆ ଗ୍ରାମ ଜଙ୍ଗଲରେ ଜଣେ ଯୁବକର ଶବ ଉଦ୍ଧାର ହୋଇଛି। ଗ୍ରାମର କିଛି ମହିଳା କାଠ ଗୋଟାଇବାକୁ ଯାଇଥିବା ବେଳେ ଏକ ଗଛରେ ଜଣେ ଅଜଣା ଯୁବକ ଝୁଲୁଥିବା ଦେଖିଥିଲେ। ସେମାନେ ଗ୍ରାମରେ ଖବର ଦେବାରେ ଗ୍ରାମବାସୀ ପୋଲିସକୁ ଜଣାଇଥିଲେ।

ଘଟଣା ସ୍ଥଳରେ ମହୀଧର ପୁର ଫାଣ୍ଡି ଅଧିକାରୀ ଓ ବଅଁରପାଳ ଅତିରିକ୍ତ ତହସିଲଦାର ସୁଶାନ୍ତ କୁମାର ନାୟକଙ୍କ ଉପସ୍ଥିତିରେ ଶବ ଉଦ୍ଧାର କରାଯାଇଥିଲା। ଆଖ ପାଖରେ କୌଣସି ଲୋକ ଶବକୁ ଚିହ୍ନଟ କରି ପାରିନଥିଲେ। ତେଣୁ ଶବକୁ ଅନୁଗୁଳ ଡାକ୍ତରଖାନା ଶବ ଗୃହରେ ରଖାଯାଇ ବଅଁରପାଳ ଥାନାରେ ଏକ ଅପମୃତ୍ୟ ମାମଲା ରୁଜୁ ହୋଇଥିବା ଜଣାପଡିଛି। ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି ଏବଂ ଯୁବକଙ୍କ ପରିଚୟ ଜାଣିବା ପାଇଁ ଚେଷ୍ଟା କରୁଛି।