ମୁଖ୍ୟ ଖବର

ଘର ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ହୋଇଥିବା ଅଭିଯୋଗ କରିଛନ୍ତି  ଭାଇ

By Angul TV Bureau

February 20, 2026

ଅନୁଗୁଳ: ଛେଣ୍ଡିପଦା ଥାନା କୋଶଳା ବହିଆଳିସାହିରେ ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣକ ହେଉଛନ୍ତି ସୁଗ୍ରୀବ ପ୍ରଧାନ। ତେବେ ପାରିପାର୍ଶ୍ବିକ ସ୍ଥିତିରୁ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି।

ପୋଲିସ ସୂତ୍ରରୁ ପ୍ରକାଶ ଯେ, ସୁଗ୍ରୀବଙ୍କ ବାପା-ମାଙ୍କ ମୃତ୍ୟୁ ହୋଇଥିବା ବେଳେ ସୁଗ୍ରୀବ ନିଜ ଘରେ ଏକୁଟିଆ ରହୁଥିଲେ। ଆଜି ସକାଳେ ସୁଗ୍ରୀବଙ୍କ ମୃତଦେହ ଦେଖି ସ୍ଥାନୀୟ ଲୋକମାନେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଚଲେଇଛି।