ଘଟଣା ଓ ଦୁର୍ଘଟଣା

ହାଇୱା ଟ୍ରକ୍ ଧକ୍କାରେ କଲେଜ ଛାତ୍ରୀ ଗୁରୁତର

By Swagatika Samantray

December 27, 2024

ବଇଣ୍ଡା: ଅନୁଗୁଳ ଜିଲ୍ଲା ୫୫ ନମ୍ବର ଜାତୀୟ ରାଜପଥ ହଣ୍ଡପା ଥାନା ଶରଧାମୁଣ୍ଡା ନିକଟରେ ଶୁକ୍ରବାର ଦିନ ଏକ ହାଇୱା ଟ୍ରକ୍ ଧକ୍କାରେ ବଇଣ୍ଡା କଲେଜର ଯୁକ୍ତ ୨ କଳା ବିଭାଗର ଛାତ୍ରୀ ମାମାଲି ଲହରା (୧୭)ଗୁରୁତର ଆହାତ ହୋଇଛନ୍ତି। ଏହି ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା।

ସୂଚନା ଯେ, ମମାଲି ତାଙ୍କ ସାଇକେଲ ଯୋଗେ କଲେଜରୁ ଜାତୀୟ ରାଜପଥରେ ତାଙ୍କ ଘର ଲୁହାମୁଣ୍ଡା ଗ୍ରାମକୁ ଯାଉଥ‌ିବା ବେଳେ ଏକ ଚିପ୍ସ ବୋଝେଇ ହାଇୱା ତାଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ସେ ଗୁରୁତର ଆହାତ ହୋଇଥିଲେ। ତାଙ୍କୁ ସ୍ଥାନୀୟ ଅଞ୍ଚଳବାସୀ ଉଦ୍ଧାର କରି ପ୍ରଥମେ ବଇଣ୍ଡା ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ପରେ ତାଙ୍କୁ ଜିଲ୍ଲା ମୁଖ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।