କଟକ/ଅନୁଗୁଳ: ଆରମ୍ଭ ହୋଇଛି ଶ୍ରାବଣ ମାସ। ଏ ଅବସରରେ କାଉଡ଼ିଆମାନେ ଦେବ ଦେବ ମହାଦେବଙ୍କ ଲିଙ୍ଗରେ ପାଣି ଲାଗି କରିବେ। ତେବେ ଏବେ ଏହି କାଉଡ଼ିଆଙ୍କ ପାଇଁ ଆସିଛି ଏକ ବଡ଼ ଖବର। ଏଣିକି ଧବଳେଶ୍ୱର ପୀଠକୁ ବାହୁଙ୍ଗି ନେଇ ଯାଇପାରିବେ ନାହିଁ କାଉଡ଼ିଆ। ଶ୍ରାବଣ ମାସରେ ଧବଳେଶ୍ୱର ପୀଠକୁ କାଉଡ଼ିଆଙ୍କୁ ବାହୁଙ୍ଗି ଆଣିବାକୁ ବାରଣ କରାଯାଇଛି। କାଉଡ଼ିଆମାନେ ଝୁଲାପୋଲ ପର୍ଯ୍ୟନ୍ତ ବାହୁଙ୍ଗି ନେଇପାରିବେ କିନ୍ତୁ ଆଉ ଭିତରକୁ ନୁହେଁ। ସେହିଠାରେ ହିଁ ବାହୁଙ୍ଗି ରଖିବେ। ତା ପରେ ଝୁଲାପୋଲ ଦେଇ କେବଳ ପାଣି କଳସ ଓ ଭୋଗ ନେଇ ଶ୍ରଦ୍ଧାଳୁ ଯିବେ। ଏନେଇ ଆଜି ଆଠଗଡ଼ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି।