ଅନୁଗୁଳ: ଶୁକ୍ରବାର ରାତିରେ ସିମିଳିପଡା ପାଁଞ୍ଚ ଛକିଆ ଦେଇ ଗାନ୍ଧୀ ମାର୍ଗରେ ଦ୍ରୁତ ଗତିରେ ଯାଉଥିବା ଏକ ବୋଲେରୋ ଏଟିଏମ୍ ପାହାଚରେ ପିଟି ହୋଇ ହୋଟେଲ ଇମେଜ ଇନ ସାମନାରେ ଓଲଟି ପଡିଥିଲା।
ସେତେବେଳେ ହୋଟେଲ ସମ୍ମୁଖରେ ଗ୍ରାହକ ନ ଥିବାରୁ କେହି ମୃତାହତ ହୋଇନାହାନ୍ତି। ପଥଚାରୀ ଓ ହୋଟେଲ କର୍ମଚାରୀ ମିଶି ବୋଲେରୋ ଚାଳକଙ୍କୁ ଉଦ୍ଧାର କରିଥିଲେ। ଆରୋହୀମାନେ ଥାନାର କର୍ମଚାରୀ ଏବଂ ସେମାନେ ନିଶାସକ୍ତ ଅବସ୍ଥାରେ ଥିଲେ ବୋଲି କୁହାଯାଉଛି। ବୋଲେରୋ ଧକ୍କାରେ ଦୁଇଟି ସ୍କୁଟି ଓ ଦୁଇଟି ବାଇକ ଭାଙ୍ଗି ଯାଇଛି। ମରାମତି ପାଇଁ କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦେଇ ସେମାନେ ପଳାଇ ଯାଇଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାର ଲାଇଭ ଭିଡିଓ ହୋଟେଲ ଓ ଏଟିଏମ୍ ସିସିଟିଭିରେ କଏଦ ହୋଇଛି।