ଅନ୍ୟାନ୍ୟ

ଡିଏଭି ଜଗନ୍ନାଥ କ୍ଷେତ୍ରରେ ପୁସ୍ତକ ମେଳା ଆୟୋଜିତ

By Angul TV Bureau

December 17, 2022

ତାଳଚେର: ସ୍ଥାନୀୟ ଜଗନ୍ନାଥ କ୍ଷେତ୍ର ଡିଏଭି ପବ୍ଲିକ ସ୍କୁଲରେ ରଜତ ଜୟନ୍ତୀ ଉପଲକ୍ଷେ ପୁସ୍ତକ ମେଳା ଆୟୋଜିତ ହୋଇଛି। ଦୁଇ ଦିନ ଧରି ଚାଲିଥିବା ଏହି ପୁସ୍ତକ ମେଳାକୁ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ବୁଲି ଦେଖିବା ସହିତ ଅନେକ ପୁସ୍ତକ ସୁଲଭ ମୂଲ୍ୟରେ କିଣିବାର ସୁଯୋଗ ପାଇଥିଲେ।

ପୁସ୍ତକ ମେଳାକୁ ମୁଖ୍ୟ ଅତିଥି ଭାବରେ ଏମ୍.ସି.ଏଲ୍ ଜଗନ୍ନାଥ କ୍ଷେତ୍ରର ବିତ୍ତୀୟ ଅଧିକାରୀ ଚିତ୍ତରଞ୍ଜନ ଦାସ ଉଦଘାଟନ କରିଥିଲେ। ଏହି ମେଳାରେ ଏମ୍.ସି.ଏଲ୍ ର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ବିଦ୍ୟାଳୟର ଅଧ୍ୟକ୍ଷା ଶୁକ୍ଳା ଚକ୍ରବର୍ତ୍ତୀ ପିଲାଙ୍କୁ ପୁସ୍ତକ ପଢ଼ିବାର ମହତ୍ତ୍ୱ ସମ୍ପର୍କରେ ଅବଗତ କରାଇବା ସହ ଭବିଷ୍ୟତରେ ସେମାନଙ୍କୁ ସୁନ୍ଦର କବିତା, ପ୍ରବନ୍ଧ ଇତ୍ୟାଦି ଲେଖିବା ପାଇଁ ମଧ୍ୟ ଉତ୍ସାହିତ କରିଥିଲେ। ବିଦ୍ୟାଳୟର ଗ୍ରନ୍ଥା ଗାରିକ ସତ୍ୟଜିତ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏ ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ସମାପନ ହୋଇଛି।