ଅନ୍ୟାନ୍ୟ

ଓ.ପି. ଜିନ୍ଦଲ ସ୍କୁଲରେ ଚାଲିଥିବା ପୁସ୍ତକ ମେଳା ଉଦଯାପିତ: ନିଜ ମନ ପସନ୍ଦର ବହି କିଣିଲେ ପାଠକ

By Angul TV Bureau

November 20, 2023

ଅନୁଗୁଳ: ଅନୁଗୁଳ ସ୍ଥିତ ଓ.ପି. ଜିନ୍ଦଲ ସ୍କୁଲ ପରିସରରେ ଚାଲିଥିବା ୯ମ ପୁସ୍ତକ ମେଳା ରବିବାର ଶେଷ ହୋଇଛି। ଏହା ନଭେମ୍ବର ୧୭ରୁ ଆରମ୍ଭ ହୋଇ ୧୯ ତାରିଖ ପର୍ଯ୍ୟନ୍ତ ଚାଲିଥିଲା।

ପୁସ୍ତକ ମେଳାକୁ ଅନୁଗୁଳ ମହିଳା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ମେଜର ଧନେଶ୍ବର ଦାସ ଉଦଘାଟନ କରିଥିଲେ। ମେଳାରେ ବିଭିନ୍ନ ପ୍ରକାରର ପୁସ୍ତକ ପ୍ରଦର୍ଶିତ ହେବା ସହିତ ଯୁବ ପାଠକଙ୍କୁ ଆକର୍ଷିତ କରିବା ଭଳି ମଧ୍ୟ ବହି ରହିଛି। ବିଦ୍ୟାଳୟର ଅଧ୍ୟକ୍ଷା ଡଃ ସୋନାଲି ବାସୁ ଛାତ୍ରଛାତ୍ରୀଙ୍କୁ ଜୀବନ ବ୍ୟାପୀ ପୁସ୍ତକ ପଠନର ଅଭ୍ୟାସ ନିୟମିତ କରିବା ନିମନ୍ତେ ପରାମର୍ଶ ପ୍ରଦାନ କରିବା ସହ ଭଲ ପୁସ୍ତକ ଚୟନ ଉପରେ ମଧ୍ୟ ଗୁରୁତ୍ବ ପ୍ରଦାନ କରିଥିଲେ।

‘ପୁସ୍ତକ ହିଁ ଜ୍ଞାନର ସାକାର ପ୍ରକାଶ” ବୋଲି କହିବା ସହ ବିଦ୍ୟାଳୟ ସର୍ବଦା ଯୁବ ପାଠକଙ୍କ ପଠନ ଅଭ୍ୟାସକୁ ଗୁରୁତ୍ବ ପ୍ରଦାନ କରେ ବୋଲି କହିଥିଲେ। ମେଳାକୁ ପିଲାଠୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଆସି ମନ ପସନ୍ଦର ବହି କିଣିବା ସହ ପଢ଼ିଥିବା ଜଣାଯାଇଛି।