ଘଟଣା ଓ ଦୁର୍ଘଟଣା

ମାଟ୍ରିକ ପରୀକ୍ଷା ସାରି ମାମୁ ଘର ବୁଲି ଯାଇଥିଲେ… ପୋଖରୀରେ ବୁଡ଼ି ନାବାଳକର ମୃତ୍ୟୁ

By Angul TV Bureau

March 07, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମ ପ୍ରସାଦ କଇଁଫୁଲିଆ ସାହି ପୋଖରୀରେ ବୁଡ଼ି ଜଣେ ଦଶମ ପରୀକ୍ଷା ଦେଇଥିବା ନାବାଳକର ମୃତ୍ୟୁ ଘଟିଛି। ମୃତକ ହେଲେ ଅନୁଗୁଳ ନିକଟସ୍ଥ ଶାବଳଭଙ୍ଗା ପଞ୍ଚାୟତ ସ୍ୱୟଂସୁନ୍ଦରପୁର କରଡ଼ାବଣି ଗାଁର ସିଦ୍ଧାର୍ଥ ସାହୁ (୧୪)।ସୂଚନା ମୁତାବକ, ସିଦ୍ଧାର୍ଥ ଗତ କାଲି ମାଟ୍ରିକ ପରୀକ୍ଷା ଦେଇ ସାରି ମାମୁଁ ଘର କଇଁଫୁଲିଆ ସାହି ଆସିଥିଲେ। ଆଜି ଅଷ୍ଟ ପ୍ରହରୀ ନାମଯଜ୍ଞର ନଗର ସଂକୀର୍ତ୍ତନ ଥିଲା। ନଗର ସଂକୀର୍ତ୍ତନରେ ଫଗୁ ଖେଳ ସାରି ସିଦ୍ଧାର୍ଥ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। କିନ୍ତୁ ଅସାବଧାନତାବଶତଃ ଗୋଡ଼ ଖସି ଯାଇ ପୋଖରୀରେ ବୁଡ଼ିଯାଇଥିଲେ। ତାଙ୍କୁ ଉଦ୍ଧାରକାରୀ ନିକଟସ୍ଥ ନାଲକୋ ହସ୍ପିଟାଲକୁ ଆଣିଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।