ମୁଖ୍ୟ ଖବର

ନାଟ୍ୟମ ପକ୍ଷରୁ ନାଟକ ବ୍ରହ୍ମ ବିବାଦ ବିସମ୍ବାଦ ମଞ୍ଚସ୍ଥ

By Biswaranjan Pattnaik

January 17, 2024

ଅନୁଗୁଳ: ପୁରୀରେ ଶ୍ରୀ ଜଗନ୍ନାଥଙ୍କ ପରିକ୍ରମା ପରକଳ୍ପର ଭବ୍ୟ ଲୋକାର୍ପଣ ସମାରୋହ ଅବସରରେ ଅନୁଗୁଳରେ ଶ୍ରୀ ଜଗନ୍ନାଥ ତତ୍ତ୍ଵ ଆଧାରିତ ନାଟକ ବ୍ରହ୍ମ ବିବାଦ ବିସମ୍ବାଦ ଅନୁଗୁଳ ସଭଘରେ ମଞ୍ଚସ୍ଥ ହୋଇଯାଇଛି।

ଏହି ସମାରୋହକୁ ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ଉଦଘାଟନ କରି ଜଗନ୍ନାଥ ଦର୍ଶନ ଓ ସଂସ୍କୃତି ସୁଦୂର ପ୍ରସାରି ବୋଲି କହିଥିଲେ। ସମ୍ମାନିତ ଅତିଥି ରୂପେ ଅନୁଗୁଳ ନଗରପାଳ ଅକ୍ଷୟ କୁମାର ସାମନ୍ତ ଯୋଗ ଦେଇଥିଲେ। ୩୫ ରୁ ଅଧିକ କଳାକାରଙ୍କୁ ନେଇ ଏହି ନାଟକ ଦର୍ଶକଙ୍କୁ ବେଶ୍ ବାନ୍ଧି ରଖିଥିଲା। ନାଟକରେ ଜଗନ୍ନାଥଙ୍କ ଅପାର ମହିମା ଠାରୁ ଆରମ୍ଭ କରି ବ୍ରହ୍ମ ବିବାଦ ଯାଏ ସବୁ କଥା ପ୍ରଦର୍ଶିତ ହୋଇଚି। ଜଣେ ଭକ୍ତକୁ ପ୍ରଭୁ ସିଧା ସଳଖ ଦର୍ଶନ ନ ଦେଇ କିଭଳି ବାରମ୍ବାର ଧର୍ଯ୍ୟର ପରୀକ୍ଷା କରୁଛନ୍ତି ତାହା ବେଶ୍ ମାର୍ମିକ ରୂପେ ପ୍ରଦର୍ଶିତ ହୋଇଚି।ପରୀକ୍ଷା କଲେ ମଧ୍ୟ ଭକ୍ତକୁ ସେ ନିଜର ଅଶେଷ କୃପା ଦାନ କରିଛନ୍ତି। ଯେଉଁମାନେ ଦ୍ଵନ୍ଦ ସୃଷ୍ଟି କରନ୍ତି ଏବଂ ଯୁଗ ଯୁଗ ତୃଟିରୁ ଫାଇଦା ଉଠାଇବାକୁ ଚେଷ୍ଟା କରନ୍ତି ତାଙ୍କୁ ପ୍ରଭୁ କିଭଳି ଦଣ୍ଡ ଦେଇଛନ୍ତି ଏବଂ ସେମାନେ କିଭଳି ଦଣ୍ଡକୁ ଗ୍ରହଣ କରୁଛନ୍ତି ତାହାକୁ ନେଇ ନାଟକ ଗତିଶୀଳ ହୋଇଛି। ନାଟକଟି ରାଜ୍ୟ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଓ ସଙ୍ଗୀତ ନାଟକ ଏକାଡେମୀ ଆନୁକୁଲ୍ୟରେ ପ୍ରଦର୍ଶିତ ହୋଇଥିଲା। ନାଟକଟି କୁ ରଚନା କରିଥିଲେ ନବୀନ କୁମାର୍ ପରିଡ଼ା ଏବଂ ନିର୍ଦ୍ଦେଶନା ଦେଇଥିଲେ ସୁଧାଂଶୁ ମୋହନ ଦ୍ବିବେଦୀ। ନାଟ୍ୟମ ଅନୁଷ୍ଠାନର ସଭାପତି ଶ୍ରୀ ଦ୍ବିବେଦୀଙ୍କ ସମେତ ସମ୍ପାଦକ ସମୀର ପଟ୍ଟନାୟକ,ନିଝାର ଆଲୀ ଦାମାନି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ନାଟ୍ୟମର କଳାକାର ମାନଙ୍କ ମଞ୍ଚ ପ୍ରଦର୍ଶନ ବେଶ୍ ଉପଭୋଗ୍ୟ ହୋଇଥିଲା।