ଅନ୍ୟାନ୍ୟ

ବିଜୟଲକ୍ଷ୍ମୀଙ୍କ ଘରେ ବ୍ରହ୍ମ କମଳ ଫୁଟିଲା

By Angul TV Bureau

August 26, 2023

ଅନୁଗୁଳ: ଖଲାରି ସ୍ଥିତ ବାସିନ୍ଦା ବିଜୟ ଲକ୍ଷ୍ମୀ ଭଞ୍ଜଙ୍କ ଘର ବାଲକୋନିରେ ଏକ ବ୍ରହ୍ମ କମଳ ଫୁଲ ଫୁଟିଥିଲା। ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଶ୍ରାବଣ ମାସରେ ଏହି ଫୁଲ ଫୁଟିବାକୁ ଖୁବ୍ ଶୁଭ ବୋଲି ଧରା ଯାଏ। ଫୁଲ ଫୁଟିଥିବା ଦେଖି ଭଞ୍ଜ ପରିବାର ଲୋକେ ଉଲ୍ଲସିତ ହେବାସହ ଏହାକୁ ନିକଟସ୍ଥ ଦେବାଳୟରେ ଚଢ଼ାଇଥିଲେ।