ଆଠମଲ୍ଲିକ: ଅନୁଗୁଳ ଜିଲ୍ଲା ଷୋଳପଦା ଆଞ୍ଚଳିକ ବୈଦିକ ବ୍ରାହ୍ମଣ ସମାଜର ଏକ ବୈଠକ ଠାକୁର ଗଡ଼ ହନୁମାନ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇ ଯାଇଛି।
ବିଶ୍ୱେଶ୍ୱର ଗଡ଼ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସଭାରେ ଅନୁଗୁଳ ବ୍ରାହ୍ମଣ ମହାସଂଘର ସଭାପତି ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ। ଅନ୍ୟତମ ଅତିଥି ଭାବରେ ଆଠମଲ୍ଲିକ ବ୍ରାହ୍ମଣ ସମାଜର ସଭାପତି ରାଧାମୋହନ ତ୍ରିପାଠୀ, ସମ୍ପାଦକ ରଣଜିତ କୁମାର ମିଶ୍ର, ଭବାନୀ ଶଙ୍କର ମିଶ୍ର, ବାମନ ମିଶ୍ର ଉପସ୍ଥିତ ଥିଲେ। ଉକ୍ତ ସଭାରେ ଶଙ୍କର କୁମାର ଦାଶ, ଅଶୋକ କୁମାର ମିଶ୍ର, ମଦନ ମୋହନ ମିଶ୍ର, ବିଜୟ କୁମାର ମିଶ୍ର ଯୋଗଦେଇ ଠାକୁରଗଡ଼ ବ୍ରାହ୍ମଣ ସମାଜର ଏକତା ଓ ସାଙ୍ଗଠନିକତା ଉପରେ ଆଲୋକପାତ କରିଥିଲେ। ମହାସଂଘର ସଭାପତି ସରକାରି ସ୍ତରରେ ବ୍ରାହ୍ମଣ ନିଗମ ଗଠନ ଓ ବ୍ରାହ୍ମଣ ମାନଙ୍କ ପାଇଁ ସରନକ୍ଷଣ ବ୍ୟବସ୍ଥା ଲାଗୁ କରିବା ଉପରେ ଅବଗତ କରାଇଥିଲେ। ଠାକୁରଗଡ଼ ବ୍ରାହ୍ମଣ ସମାଜର ଉନ୍ନତି ନିମନ୍ତେ ସମ୍ବିଳିତ ହୋଇ କାର୍ଯ୍ୟ କରିବା ଉପରେ ପ୍ରସ୍ତାବ ଗୃହୀତ ହୋଇଥିଲା ଏବଂ କମିଟି ଗଠନ କରାଯାଇଥିଲା।
ଉକ୍ତ କମିଟି ରେ ସଭାପତି ବିଶ୍ୱେଶ୍ୱର ଶତପଥୀ, ଉପସଭାପତି ଅଶୋକ କୁମାର ମିଶ୍ର, ସମ୍ପାଦକ କୁମୁଦ ମିଶ୍ର, ସହସମ୍ପାଦକ ଦିଲ୍ଲୀପ କୁମାର ନନ୍ଦ, କୋଷାଧକ୍ଷ ପ୍ରଶାନ୍ତ ଶତପଥୀ, ସଭ୍ୟ ଅଜିତ କୁମାର ମିଶ୍ର, କେଶବ ଚନ୍ଦ୍ର ଶତପଥୀ, ଲୋକନାଥ ତ୍ରିପାଠୀ, ଭୋଳେଶ୍ୱର ମିଶ୍ର, ସୁନିଲ କୁମାର ମିଶ୍ର, ବିନୟ କୁମାର ମିଶ୍ର ମନୋନୀତ ହୋଇଥିଲେ। ଶେଷରେ ଅଶୋକ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।