ଘଟଣା ଓ ଦୁର୍ଘଟଣା

ମଦନମୋହନପଡ଼ାରେ ଜଳିଗଲା ଜଳଖିଆ ଦୋକାନ, କାରଣ ଅସ୍ପଷ୍ଟ

By Angul TV Bureau

April 15, 2024

ଅନୁଗୁଳ : ନିଆଁ ଲାଗି ଅନୁଗୁଳ ସହର ମଦନମୋହନପଡ଼ାରେ ଥିବା ଜଳଖିଆ ଦୋକାନ ଆଜି ଜଳିଯାଇଛି।

ସୂଚନା ମୁତାବକ, ମଦନ ମୋହନପଡାଠାରେ ଏକ ଜଳଖିଆ ଦୋକାନ ରହିଛି। ଦୋକାନଟି ଆଜି ବନ୍ଦ ଥିବା ବେଳେ କୌଣସି କାରଣରୁ ସେଠାରେ ନିଆଁ ଲାଗି ଯାଇଥିଲା। ନିଆଁ ଧୀରେ ଧୀରେ ବଢ଼ିବାରୁ ଜଳଖିଆ ଦୋକାନ ଭିତରେ ଥିବା ଗ୍ୟାସ୍ ସିଲିଣ୍ଡରଟି ବିସ୍ଫୋରଣ ହୋଇଥିଲା। ଫଳରେ ସମ୍ପୂର୍ଣ୍ଣ ଦୋକାନ ଜଳିଯାଇଥିଲା। ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଅନୁଗୁଳ ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ। ଖବର ପାଇ ଅନୁଗୁଳ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ସେତେବେଳକୁ ଦୋକାନର ସବୁ ସାମଗ୍ରୀ ଜଳିଯାଇଥିବା ଜଣାଯାଇଛି।