ଅନ୍ୟାନ୍ୟ

ବ୍ରଏଲର କୁକୁଡ଼ା ଚାଷୀଙ୍କ ପ୍ରତି ହେଉଛି ଅହେତୁକ ଅବହେଳା, ଜିଲ୍ଲାପାଳଙ୍କୁ କଲେ ଲିଖିତ ଅଭିଯୋଗ

By Angul TV Bureau

September 12, 2022

ଅନୁଗୁଳ: ଜିଲ୍ଲାର ବ୍ରଏଲର କୁକୁଡ଼ା ଚାଷୀଙ୍କୁ ଶୋଷଣ କରାଯାଉଥିବା ନେଇ ସେମାନେ ଆଜି ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି।

ଅଭିଯୋଗ ମୁତାବକ, ଅଞ୍ଚଳର ଚାଷୀମାନେ ବିଭିନ୍ନ ବ୍ଲକରେ ପ୍ରାୟ ୧୨୦୦ କୁକୁଡ଼ା ଫାର୍ମ କରି ଜିଲ୍ଲା ତଥା ଜିଲ୍ଲା ବାହାରକୁ କୁକୁଡ଼ା ଯୋଗାଇ ଥାଆନ୍ତି। ଏହି ଫାର୍ମ ଯୋଗୁ ହିଁ ସେମାନେ ପରିବାର ପ୍ରତିପୋଷଣ କରନ୍ତି। କିନ୍ତୁ ଏବେ ବିଭିନ୍ନ ସାମଗ୍ରୀ ଦରଦାମ ବୃଦ୍ଧି ଯୋଗୁଁ ସେମାନେ ଉପଯୁକ୍ତ ମୂଲ୍ୟ ପାଇବା ପରିବର୍ତ୍ତେ କ୍ଷତି ସହୁଛନ୍ତି। କୁକୁଡ଼ା ଚାଷୀମାନେ କୁକୁଡ଼ା ଖାଦ୍ୟ, ଚଷୁ, ବିଜୁଳି ବିଲ୍, କୁକୁଡ଼ା ଉଠାଇବା ଖର୍ଚ୍ଚ, ଭ୍ୟାକସିନ, ମେଡିସିନ, ଫାର୍ମ ସଫା କରିବାରେ ଅଧିକ ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ କମ୍ପାନୀ ନାମକୁ ମାତ୍ର ଅଳ୍ପ ଟଙ୍କା ଦେଉଛି ବୋଲି ଚାଷୀମାନେ କହିଛନ୍ତି।

ଚାଷୀମାନେ କହିବା ଅନୁଯାୟୀ, ପୂର୍ବରୁ ଯାହା ଖର୍ଚ୍ଚ ହେଉଥିଲା ଏବେ ସବୁ ଜିନିଷ ଦର ଦୁଇ ଗୁଣ ବଢ଼ିଛି। ଫଳରେ ଋଣ ଟଙ୍କା ନିଅଣ୍ଟ ହେଉଛି। ସପ୍ତାହେ ଭିତରେ ଯଦି କୌଣସି ନିଷ୍ପତ୍ତି ନ ଯାଏ, ତେବେ ଜିଲ୍ଲାର ସବୁ ବ୍ରଏଲର କୁକୁଡ଼ା ଚାଷୀ ଫାର୍ମ ବନ୍ଦ କରିବେ ବୋଲି ଜିଲ୍ଲାପାଳଙ୍କୁ ଜଣାଇଛନ୍ତି।