ମୁଖ୍ୟ ଖବର

ଅନୁଗୁଳ ପୌରପାଳିକାରେ ଦଲାଲ ସକ୍ରିୟ

By Biswaranjan Pattnaik

December 30, 2020

ଅନୁଗୁଳ: ଅନୁଗୁଳ ପୌରପାଳିକାରେ ଏବେ ଦଲାଲ୍‌ ସକ୍ରିୟ ହୋଇପଡ଼ିଥିବା ଦେଖିବାକୁ ମିଳୁଛି। ପୌରପାଳିକାର କିଛି ତଳିଆ କର୍ମଚାରୀ ଏ କାମ କରୁଥିବା ଅଭିଯୋଗ ହେଉଛି। ପୌରପାଳିକାର ଜନ୍ମ ପ୍ରମାଣପତ୍ର, ମୁତ୍ୟୁ ପ୍ରମାଣପତ୍ର, ଜୀବିକା ମିଶନରେ ଋଣ, ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା , ଉଠା ଦୋକାନୀଙ୍କ ପାଇଁ ଋଣ ଆଦି ପାଇଁ ଦୈନିକ ଶହଶହ ସହରବାସୀ ପୌରପାଳିକା ଆସିଥାନ୍ତି। ତଥାକଥିତ ଏହି ଦଲାଲ୍‌ ମାନେ ଦିନ ୯ଟାରୁ ଅଫିସ୍‌ ଆସି ଜାଲ ବିଛାନ୍ତି। କାମ ସହଜରେ କରାଇଦେବାକୁ କହି ମୋଟା ଅଙ୍କର ଅର୍ଥ ଅସୁଲ କରିଥାନ୍ତି। ଜନ୍ମମୃତ୍ୟୁ ବିଭାଗରୁ କିଛି ଦିନ ତଳେ ବିତାଡ଼ିତ ଜନୈକ କର୍ମଚାରୀ ଜନ୍ମ ପ୍ରମାଣପତ୍ର କରାଇଦେବାକୁ କହି ଜଣେ ଲୋକଠାରୁ ପଇସା ନେବାବେଳେ ଅନ୍ୟ ଜଣେ ମୋବାଇଲ୍‌ରେ କଏଦ କରିନେଇଥିଲେ। ଘଟଣା ସ˚ପର୍କରେ ନିର୍ବାହୀ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ପ୍ରମାଣ ମିଳିଲେ ଲାଞ୍ଚୁଆ ଅଧିକାରୀଙ୍କୁ ନିଶ୍ଚିତ ଦଣ୍ତ ମିଳିବ ବୋଲି କହିଥିଲେ। ପୌରପାଳିକାରେ ବିନା ରସିଦରେ କୌଣସି ଅର୍ଥ ନ ଦେବାକୁ ସେ ସଚେତନତା ବାର୍ତ୍ତା ଲଗାଇଥିବା ମଧ୍ଯ ପ୍ରକାଶ କରିଥିଲେ।