ଘଟଣା ଓ ଦୁର୍ଘଟଣା

ବିଦ୍ୟୁତ୍ ଆଘାତରେ ଭାଇ ମୃତ, ଭଉଣୀ ଗୁରୁତର

By Sanjeeb Biswal

September 06, 2021

ଅନୁଗୁଳ: ଛେଣ୍ଡିପଦା ଗ୍ରାମର ଜଣେ ଯୁବକ ବିଦ୍ୟୁତ କରେଣ୍ଟ ସଂସ୍ପର୍ଶରେ ଆସି ମୃତ୍ୟୁ ମୁଖରେ ପଡ଼ିଥିବାବେଳେ ପାଖରେ ଥିବା ଭଉଣୀ ଗୁରୁତର ଆହତ ହୋଇଛନ୍ତି। ଆଜି ଦିନ ଗୋଟାଏ ବେଳେ ସ୍ବର୍ଗତ ବାନାମ୍ବର ମହାରଣାଙ୍କ ପୁଅ ଚନ୍ଦ୍ରଶେଖର(୨୫) ନିଜ ଘର ଟିଭି ଆଣ୍ଟିନା ସଜାଡୁଥିଲେ। ସଜାଡ଼ିବା ସମୟରେ ବିଦ୍ୟୁତ କରେଣ୍ଟ ଲାଗିଥିଲା। ପାଖରେ ଥିବା ଭଉଣୀ ସୁଭଦ୍ରା(୨୦) ମଧ୍ୟ ବିଦ୍ୟୁତ୍ ଝରକାରେ ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ଛେଣ୍ଡିପଦା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା। ଡାକ୍ତର ଚନ୍ଦ୍ରଶେଖରଙ୍କୁ ମୃତ ଘୋଷଣା କରିଥିବା ବେଳେ ସୁଭଦ୍ରା ଚିକିତ୍ସାଧୀନ ଅଛନ୍ତି। ପୁଲିସ ମୃତଦେହ ଜବତ କରି ତଦନ୍ତ ଚଳାଇଛି।