ମୁଖ୍ୟ ଖବର

ବ୍ରାଉନ୍‌ସୁଗାର ବେପାରୀ ଗିରଫ

By Swagatika Samantray

February 09, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲା ଅକାରୀ ବିଭାଗ ମୋବାଇଲ ସ୍କ୍ବାର୍ଡ ଗୁରୁବାର ନାଲକୋ ଥାନା ଅଞ୍ଚଳରୁ ଜଣେ ବ୍ରାଉନ୍‌ସୁଗାର ବେପାରୀଙ୍କୁ ଗିରଫ କରିଛି। ସୂଚନା ମୁତାବକ, ନାଲକୋ ଥାନା ଅନ୍ତର୍ଗତ ଗିରାଙ୍ଗ ଗାଁର ନିଲୁ ଓରଫ ସନ୍ତୋଷ କୁମାର ସାହୁ(୪୦)ଙ୍କ ଉପରେ ଅବକାରୀ ବିଭାଗର ନଜର ରହିଥିଲା। ସେ ଏ ଅଞ୍ଚଳର ଜଣେ ଜଣାଶୁଣା ବ୍ରାଉନ୍‌ସୁଗାର ବେପାରୀ। ତାଙ୍କୁ ଧରିବା ପାଇଁ ବିଭାଗ ତରଫରୁ ଜାଲ ବିଛାଯାଇଥିଲା। ଏକ ବିଶ୍ବସ୍ତ ସୂତ୍ରରୁ ଖବରପାଇ ଗୁରୁବାର ଅବକାରୀ ମୋବାଇଲ ସ୍କ୍ବାର୍ଡ ଇନିସପେକ୍ଟର କୌଶଲ୍ୟା ଜେନା ସଦଳବଳ କାଣ୍ଡସର ପାଖରେ ନିଲୁଙ୍କୁ କାବୁ କରିଥିଲେ। ତାଙ୍କଠାରୁ ୨୫୫ ଗ୍ରାମର ବ୍ରାଉନ୍‌ସୁଗାର ଜବତ କରାଯାଇଛି। ଏ ନେଇ ଏକ ମାମଲା ରୁଜୁକରି ଅଭିଯୁକ୍ତ ନିଲୁଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି।