ଘଟଣା ଓ ଦୁର୍ଘଟଣା

ବ୍ରାଉନସୁଗର ଜବତ: ନାବାଳକ ସହ ୩ ଗିରଫ

By Angul TV Bureau

April 26, 2025

ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଆଲୁମିନିୟମ ପାର୍କ ଅଞ୍ଚଳରେ ଗୁରୁବାର ରାତି ପ୍ରାୟ ୯ଟା ବେଳେ ପୁଲିସ ପକ୍ଷରୁ ନାଇଟ ପାଟ୍ରୋଲିଂ ଚାଲିଥିବା ବେଳେ ସନ୍ଦେହରେ ତିନିଜଣଙ୍କୁ ଅଟକ ରଖି ଯାଞ୍ଚ କରାଯାଇଥିଲା । ଯାଞ୍ଚ ବେଳେ ପୁଲିସ ସେମାନଙ୍କ ଠାରୁ ୨୦.୨୬ ଗ୍ରାମ ବ୍ରାଉନସୁଗର ସହ ତିନିଟି ମୋବାଇଲ ଫୋନ ଓ ବାଇକ ଜବତ କରିଛି । ଏହି କାରବାରରେ ସମ୍ପୃକ୍ତ ଗୋପାଳପ୍ରସାଦ ଥାନା ଅନ୍ତର୍ଗତ ଶିକ୍ଷକପଡ଼ାର ସୁଜିତ ବେହେରା (୨୧), ଅନୁଗୁଳ ସଦର ଥାନା ଅନ୍ତର୍ଗତ କୁମଣ୍ଡ ଗ୍ରାମର ଗୁରୁଚରଣ ପ୍ରଧାନ (୧୯)ଙ୍କୁ ଗିରଫ କରିଥିବା ବେଳେ ଜଣେ ନାବାଳକକୁ ମଧ୍ୟ ହେପାଜତକୁ ନେଇଛି। ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥ‌ିବା ବେଳେ ନାବାଳକଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଯାଇ ବାଳସୁଧାର ଗୃହକୁ ପଠାଇ ଦିଆଯାଇଛି। ବଅଁରପାଳ ଥାନା ଏସ୍‌ଆଇ ଅର୍ଚ୍ଚନା ନାୟକ ଏହି ମାମଲାର ତଦନ୍ତ କରୁଛନ୍ତି।