ଅନୁଗୋଳ: ସ୍ଥାନୀୟ ହେମସୁରପଡ଼ା ଶନି ମନ୍ଦିର ନିକଟରୁ ଅନୁଗୋଳ ଥାନା ପୁଲିସ ଆଜି ୬ ଗ୍ରାମ୍ ବ୍ରାଉନ୍ସୁଗାର ଜବତ କରିବା ସହ ୪ ଜଣ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ରାଜକିଶୋରପଡ଼ାର ପ୍ରକାଶ ବେହେରା (୩୦), ପରଙ୍ଗ ରାମଡିହର ସଞ୍ଜୟ ନାୟକ (୨୪), ହେମସୁରପଡ଼ା ମୋଚିସାହିର ରିତିକ ବାରିକ (୨୬) ଏବଂ ପ୍ରଗତିନଗରର ସୌମ୍ୟରଞ୍ଜନ ନାୟକ (୨୦)।
ବ୍ରାଉନ୍ସୁଗାର କାରବାର ପାଇଁ ସେମାନେ ଏକାଠି ହୋଇଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ପୁଲିସ ଚଢ଼ଉ କରିଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।