ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଜରପଡା ଥାନା ଅମାନ୍ତପୁରୁ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ବ୍ରାଉନସୁଗାର କାରବାର ଚାଲିଥିବା ବେଳେ ପୋଲିସର ଚଢ଼ାଉ। ଘଟଣାସ୍ଥଳରୁ ୫.୬ଗ୍ରାମ ବ୍ରାଉନସୁଗାର ସହିତ ଦୁଇ ମୋଟରସାଇକେଲ ଓ ୧୬ହଜାର ଟଙ୍କା ଜବତ। ଏଥିରେ ସଂପୃକ୍ତ ୪ଜଣ ଯୁବକଙ୍କୁ ମଧ୍ୟ ଗିରଫ କରିଛି ପୋଲିସ। ଗିରଫ ଯୁବକ ମାନେ ହେଲେ ଜରପଡା ଥାନା ଜରଡ଼ା ଗାଁର ଜଗା, ଆମାନ୍ତପୁର ଗାଁର ପିନୁ, ଅନୁଗୁଳ ଥାନା ଅଞ୍ଚଳର ସିପୁନ ଓ କରଣ। ଏନେଇ ପୋଲିସ ଏକ ମାମଲା ରୁଜୁ କରିବ ସହିତ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l