ମୁଖ୍ୟ ଖବର

ଅନୁଗୋଳରେ ବ୍ରାଉନସୁଗାର ଚଢ଼ାଉ: ୬.୮ ଲକ୍ଷ ଟଙ୍କାର ନିଶାଦ୍ରବ୍ୟ ଜବତ, ୨ ମହିଳା ଗିରଫ

By Angul TV Bureau

June 09, 2026

ଅନୁଗୋଳ: ସ୍ଥାନୀୟ ତୁରଙ୍ଗ ଗ୍ରାମରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୬.୮ ଲକ୍ଷ ଟଙ୍କାର ବେଆଇନ ବ୍ରାଉନସୁଗାର ଜବତ କରାଯାଇଛି। ଏହି ଘଟଣାରେ ଦୁଇ ଜଣ ମହିଳାଙ୍କୁ ଗିରଫ କରାଯାଇଛି।

ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅନୁଗୋଳ ଅବକାରୀ ମୋବାଇଲ ସ୍କ୍ୱାଡ୍ ତୁରଙ୍ଗ ଗ୍ରାମରେ ଅତର୍କିତ ଚଢ଼ାଉ କରିଥିଲେ। ଗିରଫ ଅଭିଯୁକ୍ତମାନେ ହେଲେ କବିତା ବେହେରା (୩୮) ଓ ଅନିତା ବେହେରା (୩୬)। ସେମାନଙ୍କ ଠାରୁ ମୋଟ ୬୮ ଗ୍ରାମ ବ୍ରାଉନସୁଗାର ସହିତ ନଗଦ ୧୧ ହଜାର ଟଙ୍କା ଜବତ କରାଯାଇଛି।

ଉକ୍ତ ଚଢ଼ାଉରେ ଇନ୍ସପେକ୍ଟର ମାନସୀ ସାହୁ, ଇନ୍ସପେକ୍ଟର ରମ୍ଭା ବାଗଙ୍କ ସମେତ ଅନ୍ୟ ଅବକାରୀ କର୍ମଚାରୀମାନେ ସାମିଲ ଥିଲେ। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ, ଅବକାରୀ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି। ଅନୁଗୋଳରେ ନିଶା କାରବାର ବିରୋଧରେ ଏହା ଏକ ବଡ଼ ସଫଳତା ବୋଲି ବିବେଚନା କରାଯାଉଛି।