ଅନୁଗୋଳ: ତାଳଚେର ଥାନା ବାଘୁଆବୋଲ ଛକ ଶିବ ମନ୍ଦିର ନିକଟରେ ପୋଲିସ ଚଢ଼ାଉ କରି ୮.୬୬୦ ଗ୍ରାମ ବ୍ରାଉନ୍ ସୁଗାର ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି।ବିଶ୍ୱସ୍ତ ସୂଚନା ଆଧାରରେ ଗୁରୁବାର ପୋଲିସ ଜଣେ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ ଓ ସରକାରୀ ସାକ୍ଷୀଙ୍କ ଉପସ୍ଥିତିରେ ଚଢ଼ାଉ କରିଥିଲା।
ଗିରଫ ଅଭିଯୁକ୍ତମାନେ ହେଲେ ବାଘୁଆବୋଲର ସନ୍ତୁ ଓରଫ୍ ସନ୍ତୋଷ ଜାଲ (୩୬), ସରତ ଜାଲ (୩୦) ଓ ତେରୁ ଓରଫ୍ ଦୀପ୍ତିରଞ୍ଜନ ବେହେରା (୨୪)। ସନ୍ତୋଷଙ୍କ ନିକଟରୁ ବ୍ରାଉନ୍ ସୁଗାର ସହ ୨ଟି ମୋବାଇଲ୍ ଓ ଅନ୍ୟ ସାମଗ୍ରୀ ଜବତ ହୋଇଛି। ଏନେଇ ଏନ୍ ଡି ପି ଏସ୍ (NDPS) ଆକ୍ଟ ଧାରା ୨୧(ବି)/୨୯ରେ ମାମଲା ରୁଜୁ ହୋଇଛି। ନିଶା କାରବାରର ଉତ୍ସ ଓ ଯୋଗାଣକୁ ନେଇ ତଦନ୍ତ ଜାରି ରହିଛି।