ମୁଖ୍ୟ ଖବର

ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା: ମୋଷ୍ଟ ୱାଣ୍ଟେଡ ବ୍ରାଉନସୁଗାର ବେପାରୀ ଗିରଫ, ୪୧ ଗ୍ରାମ ଧଳା ଜହର ଜବତ

By Biswaranjan Pattnaik

January 03, 2025

 

ଅନୁଗୁଳ: ଅନୁଗୁଳ ଅବକାରୀ ବିଭାଗକୁ ପୁଣି ଏକ ବଡ଼ ସଫଳତା। ଅବକାରୀ ବିଭାଗ କୁକୁଡାଙ୍ଗ ଗ୍ରାମର ଜଣେ ବ୍ରାଉନସୁଗାର ବେପାରୀଙ୍କୁ ଅନେକ ଦିନ ହେଲା ଧରିବାକୁ ଚେଷ୍ଟା କରୁଥିବା ବେଳେ ଶେଷରେ ଆଜି କାବୁ କରିଛି। ଗିରଫ ବେପାରୀ ହେଲା କୁକୁଡାଙ୍ଗ ଗାଁର ସୁଜ୍ଞାନୀ ଦେହୁରୀ। ସୁଜ୍ଞାନୀ ବ୍ରାଉନସୁଗାର ବେପାର କରି ଆସୁଥିବା ନେଇ ଅବକାରୀ ବିଭାଗ ପାଖରେ ସୂଚନା ଥିଲା। ପୂର୍ବରୁ ଅନେକ ଥର ତାକୁ ଧରିବାକୁ ଯାଇ ଅବକାରୀ ବିଭାଗ ବିଫଳ ହୋଇଥିଲା।

ତେବେ ଆଜି ସୁଜ୍ଞାନୀ ବ୍ରାଉନସୁଗାର ନେଇ ବିକ୍ରି କରିବାକୁ ଯିବ ବୋଲି ଖବର ପାଇ ଅବକାରୀ ବିଭାଗ ଜଗି ରହିଥିଲା। ସୁଜ୍ଞାନୀ ଏକ କାରରେ ଘରୁ ବ୍ରାଉନସୁଗାର ନେଇ ଯିବା ବେଳେ ଅବକାରୀ ବିଭାଗର ଆଇ ଆଇ ସି ରମ୍ଭା ବାଘ, ଏସ ଆଇ ଗାୟତ୍ରୀ ମାଝୀ ସଦଳବଳେ ତାକୁ ଅଟକାଇଥିଲେ। ଯାଞ୍ଚ ବେଳେ ସୁଜ୍ଞାନୀ ନିକଟରୁ ୪୧ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି, ଯାହାର ଆନୁମାନିକ ମୂଲ୍ୟ ୪ ଲକ୍ଷରୁ ଅଧିକ ହେବ। ଅବକାରୀ ବିଭାଗ ସୁଜ୍ଞାନୀ ଠାରୁ ବ୍ରାଉନସୁଗାର ଓ କାର ଜବତ କରିବା ସହ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି।