ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରୁ ପୁଣି ଧଳା ଜହର ଜବତ। ୧୦.୩୨ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ମାଆ ଓ ପୁଅଙ୍କୁ ଗିରଫ କରିଛି ତାଳଚେର ପୋଲିସ।
ସୂଚନା ମୁତାବକ, ଏସପିଙ୍କ ନିର୍ଦ୍ଦେଶକ୍ରମେ ତାଳଚେର ଏସଡିପିଓଙ୍କ ତତ୍ତ୍ୱାବଧାନରେ ଏକ ଟିମ ବ୍ରାଉନସୁଗାର ବିକ୍ରି ହେଉଥିବା ସ୍ଥାନରେ ଚଢ଼ାଉ କରିଥିଲେ। ସ୍ଥାନୀୟ ସନ୍ଥପଡ଼ା ବ୍ରିଜ୍ ନିକଟସ୍ଥ ବସଷ୍ଟପଠାରେ ଜଣେ ମହିଳା ଏବଂ ପୁରୁଷ ବ୍ରାଉନସୁଗାର ବିକ୍ରି କରୁଥିଲେ। ପୋଲିସ୍ ତାଙ୍କୁ କାବୁ କରି ସେମାନଙ୍କୁ ନିକଟରୁ ୧୦.୩୨ଗ୍ରାମ ବ୍ରାଉନସୁଗାର ସହ ନଗଦ ୨୭ହଜାର ୬୦ଟଙ୍କା ଜବତ କରିଥିଲା। ଜବତ ଧଳାଜହରର ଆନୁମାନିକ ମୂଲ୍ୟ ୧ଲକ୍ଷ ୩୨ହଜାର ଟଙ୍କା ହେବ।
ତେବେ ଉଭୟ ମାଆ ଓ ପୁଅକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି।